ଓଡିଶା

odisha

ETV Bharat / bharat

କୋଟିପତି ଶାହ ଦମ୍ପତ୍ତି: ପତିଙ୍କ ଠାରୁ ପତ୍ନୀଙ୍କ ସମ୍ପତ୍ତି ଅଧିକ - ଅମିତ ଶାହଙ୍କ ସମ୍ପତ୍ତି

ଅମିତ ଶାହଙ୍କ ସମ୍ପତ୍ତି ଗତ 7 ବର୍ଷ ମଧ୍ୟରେ 3 ଗୁଣ ବୃଦ୍ଧି ପାଇଛି। ତାଙ୍କ ପତ୍ନୀଙ୍କ ସମ୍ପତ୍ତି ଗତ 5 ବର୍ଷରେ 16 ଗୁଣ ବୃଦ୍ଧି ପାଇଛି। ଉଭୟ ପତି ଓ ପତ୍ନୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୋଟ୍‌ ମୂଲ୍ୟ ପ୍ରାୟ ୩୮.୮୧ କୋଟି ଟଙ୍କା ।

ଫାଇଲ ଫଟୋ

By

Published : Apr 1, 2019, 10:44 AM IST

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିକଟରେ ଗାନ୍ଧୀନଗର ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ତାଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ଦର୍ଶାଇଛନ୍ତି । ଏଥିରେ ଅମିତଙ୍କ ଅପେକ୍ଷା ତାଙ୍କ ପତ୍ନୀଙ୍କ ସମ୍ପତ୍ତି ଗତ କିଛି ବର୍ଷରେ ଅନେକ ଗୁଣ ବୃଦ୍ଧି ପାଇଥିବା ଜଣାପଡିଛି ।

ଶାହ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମୋଟ୍‌ ୩୦.୫ କୋଟି ବୋଲି ଦର୍ଶାଇଛନ୍ତି । ତାଙ୍କ ପତ୍ନୀ ସୋନାଲ ଶାହଙ୍କ ସମ୍ପତ୍ତିର ମୂଲ୍ୟ ୮.୩୫ କୋଟି ରହିଛି । ଶାହ କରିଥିବା ସତ୍ୟପାଠ ଅନୁଯାୟୀ ଉଭୟ ପତି ଓ ପତ୍ନୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୋଟ୍‌ ମୂଲ୍ୟ ପ୍ରାୟ ୩୮.୮୧ କୋଟି ଟଙ୍କା ବୋଲି ଜଣାପଡିଛି । ୨୦୧୨ରେ ଶାହ ଦମ୍ପତିଙ୍କ ସମ୍ପତ୍ତିର ମୂଲ୍ୟ ୧୧.୭୯ କୋଟି ଟଙ୍କା ଥିଲା ।

ଶାହଙ୍କ ସମ୍ପତ୍ତି ଗତ 7 ବର୍ଷ ମଧ୍ୟରେ 3 ଗୁଣ ବୃଦ୍ଧି ପାଇଛି। ତେବେ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ବୃଦ୍ଧିର ପରିମାଣ ଆଶ୍ଚର୍ଯ୍ୟଜନକ ହୋଇଛି। ଗତ 5 ବର୍ଷରେ ସୋନଲଙ୍କ ସମ୍ପତ୍ତି 16 ଗୁଣ ବୃଦ୍ଧି ପାଇଛି। ତାଙ୍କ ସମ୍ପତ୍ତି ୨୦୧୩-୧୪ରେ ୧୪, ୫୫, ୬୩୭ ଟଙ୍କା ଥିବା ବେଳେ ୨୦୧୭-୧୮ରେ ଏହା ୨ କୋଟି ୩୦ ଲକ୍ଷରେ ପହଞ୍ଚିଥିଲା ।

ଅମିତ ଶାହ ତାଙ୍କ ରୋଜଗାରର ଉତ୍ସ ଭାବେ ସାଂସଦ ଦରମା ଓ ସମ୍ପତ୍ତିରୁ ମିଳୁଥିବା ଭଡାକୁ ଦର୍ଶାଇଛନ୍ତି। ନାମାଙ୍କନ ତଥ୍ୟ ଅନୁସାରେ ଶାହଙ୍କ ନିକଟରେ ନଗଦ ୨୦,୬୩୩ ଟଙ୍କା ଅଛି । ସେହିପରି ତାଙ୍କ ପତ୍ନୀଙ୍କ ପାଖରେ ନଗଦ ୭୨,୫୭୮ ଟଙ୍କା ରହିଛି । ସେହିପରି ଉଭୟଙ୍କ ନାମରେ ୨୭.୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୯.୮୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି ।

ABOUT THE AUTHOR

...view details