ରାଞ୍ଚି:ଝାଡଖଣ୍ଡ ଗସ୍ତରେ ଯିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ପଶ୍ଚିମ ସିଂହଭୂମ ଜିଲ୍ଲାର ଦୁଇଟି ସ୍ଥାନରେ ଆୟୋଜିତ ରାଲିରେ ସେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ ।
ଆଜି ଝାଡଖଣ୍ଡରେ ଗର୍ଜିବେ ଅମିତ ଶାହା - ଝାଡଖଣ୍ଡରେ ଗର୍ଜିବେ ଅମିତ ଶାହା
ଆଜି ଝାଡଖଣ୍ଡରେ ଗର୍ଜିବେ ଅମିତ ଶାହା । ପଶ୍ଚିମ ସିଂହଭୂମ ଜିଲ୍ଲାରେ ଆୟୋଜିତ ରାଲିରେ ଦେବେ ଯୋଗ । ଆଗକୁ ପଢନ୍ତୁ...
ଫାଇଲ ଫଟୋ
ବିଜେପିର କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ରାଲି ଚକ୍ରଧରପୁର ଏବଂ ଦ୍ବିତୀୟ ବହାରାଗୋରା ଅଞ୍ଚଳରେ ହେବ । ରବିବାର ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଝାଡଖଣ୍ଡରେ ପ୍ରଚାର କରିଥିଲେ । ଶନିବାରରୁ 5 ପର୍ଯ୍ୟାୟ ମତଦାନ ଚାଲିଛି ।
ଗତ 70 ବର୍ଷ ଭିତରେ ମୋଟ 3ଟି ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ହେଲେ ଗତ 5 ବର୍ଷର ବିଜେପି ଶାସନ କାଳ ଭିତରେ 5ଟି ଅଧିକ ମେଡିକାଲ କଲେଜ ନିର୍ମାଣ ହୋଇଥିବା କହିଛନ୍ତି ଜେପି ନଡ୍ଡା। ରବିବାର ସେ ପଶ୍ଚିମ ସିଂହଭୂମର ଚୈବସା ଅଞ୍ଚଳର ରାଲିରେ ସେ ଏହି ସୂଚନା ଦେଇଥିଲେ ।