କେଥଲ: ରାଫେଲ ପୂଜା ପରେ ଏହାକୁ ନେଇ ରାଜନୀତି । କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରାଫେଲ ଫ୍ରାନ୍ସରେ ରାଫେଲ ପୂଜାକୁ ଶସ୍ତ୍ର ପୂଜାକୁ ତମାସା କହିଛନ୍ତି । ଏଭଳି ଡ୍ରାମା କରିବାର କୌଣସି ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ଏହାକୁ ନେଇ ହରିୟାଣା ନିର୍ବାଚନ ପ୍ରଚାରରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ରାଫେଲ ପୂଜା ଠାରୁ ଆରମ୍ଭ କରି ଧାରା 370 ଭଳି ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି ।
ଅମିତ ଶାହା ଉପସ୍ଥିତ ସଭାକୁ ସମ୍ଭୋଧନ କରି ପ୍ରଶ୍ନ କରିଛନ୍ତି ଯେ, କ’ଣ ବିଜୟାଦଶମୀରେ ଶସ୍ତ୍ର ପୂଜା କରାଯାଏ ନାହିଁ? ଶତ୍ରୁ ଉପରେ ବିଜୟ ପାଇଁ ଶସ୍ତ୍ର ପୂଜା ଦରକାର କି ନାହିଁ ? ଏହାସହ କଂଗ୍ରେସକୁ ଭାରତୀୟ ସଂସ୍କୃତି ନୂହେଁ ଇଟାଲୀ ସଂସ୍କୃତିରେ ପ୍ରଭାବିତ ବୋଲି କହି ସମାଲୋଚନା କରିଛନ୍ତି ଅମିତ ଶାହା । ଏହାସହ କଟାକ୍ଷ କରି କରି କଂଗ୍ରେସକୁ ସେ ଉପଦେଶ ଦେଇଛନ୍ତି ଯେ, କେଉଁ କଥାରେ ଆଲୋଚନା କରିବା ଉଚିତ୍ ଏବଂ କେଉଁ କଥାରେ ନୁହେଁ ସେ ବିଷୟରେ କଂଗ୍ରେସକୁ ରାତିରେ ଚିନ୍ତା କରିବା ଦରକାର ।