ଓଡିଶା

odisha

ETV Bharat / bharat

ସଫଳ ଅପରେସନ ପରେ ଘରକୁ ଫେରିଲେ ଶାହ

ଲିପୋମା ରୋଗରେ ପୀଡିତ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି।

ଫାଇଲ ଫଟୋ

By

Published : Sep 4, 2019, 6:05 PM IST

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଛୋଟ ଅପରେସନ ପାଇଁ ଗୁଜୁରାଟର ଅହମ୍ମଦାବାଦରେ ଥିବା କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅପରେସନ ସଫଳ ହୋଇଛି । ଏହା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ନିଆଯାଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କିଛି ଦିନ ଧରି ଶାହ ଲିପୋମା ରୋଗରେ (ବେକର ପଛପଟ ଉପରି ଭାଗରେ ଉଠିଥିବା ଏକ ଗଣ୍ଠି ସଦୃଶ) ପୀଡିତ ଥିଲେ । ଏଥି ପାଇଁ ତାଙ୍କୁ ବୁଧବାର ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସଫଳ ଅପରେସନ ପରେ ଶାହଙ୍କୁ ଡିସଚାର୍ଜ କରାଯାଇଛି।

ABOUT THE AUTHOR

...view details