ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ଶାହାଙ୍କ ଜବାବ, ହୀନ ରାଜନୀତି କର ନାହିଁ - amit shah

ରାହୁଲ ଗାନ୍ଧୀଙ୍କ ଦ୍ବାରା ବାରମ୍ବାର ପ୍ରଶ୍ନ ଉଠାଇବାର ଜବାବା ଦେବାକୁ ଯାଇ ଗୃହମନ୍ତ୍ରୀ ଅମିତ ଶାହା ଗଲୱାନ ଉପତ୍ୟକାରେ ସଂଘର୍ଷ ସମୟରେ ଆହତ ଯବାନଙ୍କ ପିତାଙ୍କ ଭିଡିଓକୁ ରିଟ୍ବିଟ କରିଛନ୍ତି।

ରାହୁଲଙ୍କ ଆକ୍ଷେପରେ ଶାହାଙ୍କ ପ୍ରହାର,
ରାହୁଲଙ୍କ ଆକ୍ଷେପରେ ଶାହାଙ୍କ ପ୍ରହାର,

By

Published : Jun 20, 2020, 2:55 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତାକୁ ନେଇ ସର୍ବଦଳୀୟ ବୈଠକ ପରେ ମଧ୍ୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଦ୍ବାରା ବାରମ୍ବାର ପ୍ରଶ୍ନ ଉଠିବାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଗଲୱାନ ଉପତ୍ୟକାରେ ସଂଘର୍ଷ ସମୟରେ ଆହତ ଯବାନଙ୍କ ପିତାଙ୍କ ଭିଡିଓ ରିଟ୍ବିଟ କରିଛନ୍ତି । ଶାହା ଏହି ଭିଡିଓକୁ ରିଟ୍ବିଟ୍ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଜଣେ ସାହାସୀ ଯବାନଙ୍କ ପିତାଙ୍କ ବାର୍ତ୍ତା ଶୁଣିବାକୁ ହେବ ।

ରାହୁଲଙ୍କ ଆକ୍ଷେପରେ ଶାହାଙ୍କ ପ୍ରହାର,

ଅମିତ ଶାହା କହିଛନ୍ତି ଯେଉଁ ସମୟରେ ସମଗ୍ର ଦେଶ ଏକଜୁଟ ଅଛି ସେହି ସମୟରେ ରାହୁଲ ଗାନ୍ଧୀ ହୀନ ରାଜନୀତିଠାରୁ ଦୂରେଇ ରୁହନ୍ତୁ। ରାହୁଲ ଗାନ୍ଧୀ ଜାତୀୟ ସ୍ବାର୍ଥ ସହିତ ଦୃଢ ଭାବରେ ଠିଆ ହେବା ଉଚିତ୍ ।

ଅମିତ ଶାହା ରିଟ୍ବିଟ୍ କରିଥିବା ଭିଡିଓରେ ଯବାନଙ୍କ ପିତା କହୁଛନ୍ତି, ଭାରତୀୟ ସେନା ଯେକୈଣସି ଦେଶର ସେନାକୁ ପରାସ୍ତ କରିପାରିବ । ମୁଁ ରାହୁଲ ଗାନ୍ଧୀଙ୍କୁ ଏହା ଉପରେ ରାଜନୀତି ନକରିବାକୁ କହିବି । ମୋ ପୁଅ ସୀମାରେ ଯୁଦ୍ଧ କରିଛି ଓ ପୁନର୍ବାର ସୁସ୍ଥ ହୋଇ ଯୁଦ୍ଧ କରିବ । ପ୍ରକାଶଥାଉକି, ଗଲୱାନ୍ ଉପତ୍ୟକାରେ ସଂଘର୍ଷର ଘଟଣା ପରଠାରୁ ସରକାରଙ୍କ ବିରୋଧରେ ଆଲୋଚନା ଆରମ୍ଭ ହୋଇଯାଇଛି ।

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ କେହି ବି ଦେଶର ସୀମା ଅତିକ୍ରମ କରିନାହାଁନ୍ତି । ଏହାପରେ ରାହୁଲ ଗାନ୍ଧୀ ମଧ୍ୟ ଏହି ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ଦେଇଥିଲେ । ରାହୁଲ ଟ୍ବିଟ୍ କରି କହିଛନ୍ତି ଯେ ଚୀନର ଆକ୍ରୋଶ ସାମ୍ନାରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଜମି ସମର୍ପଣ କରିଛନ୍ତି । ରାହୁଲ ପଚାରିଛନ୍ତି ଯେ ଯଦି ଏହି ଜମି ଚୀନର ଅଟେ ତେବେ ଆମର ଯବାନ କାହିଁକି ଓ କେଉଁଠି ଶହୀଦ ହେଲେ ?

For All Latest Updates

ABOUT THE AUTHOR

...view details