ନୂଆଦିଲ୍ଲୀ: ଭାଜପା ଅଧ୍ୟକ୍ଷ ଅମିତ ଶାହା ଓ ବି-ଟାଉନ୍ର ସନ୍ନି ଦେଓଲ ବିମାନବନ୍ଦରରେ ଏକ ବୈଠକ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର୍ ଧରିଛି । ଶୁକ୍ରବାର ଦିନ ଦୁହେଁ ପୁନେ ବିମାନବନ୍ଦର ଲାଉଞ୍ଜରେ ପାଖାପାଖି 5ମିନିଟ୍ ଯାଏଁ ବୈଠକ କରିଥିଲେ ।
ତେବେ ଏହି ବୈଠକ ରାଜନୀତିକ ଥିଲା ନା ନାହିଁ ତାହା ଏବେ ଜଣାପଡିନାହିଁ ।
ଏହା ମଧ୍ୟ ପଢନ୍ତୁ: ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଶୁଣନ୍ତୁ ବିଭିନ୍ନ ନେତାଙ୍କ ପ୍ରତିକ୍ରିୟା...
ସୂଚନାଥାଉକି, ବିଜେପିର ବରିଷ୍ଠ ନେତାମାନେ ସନ୍ନିଙ୍କ ସହ ରାଜନୀତିକୁ ନେଇ ପୂର୍ବରୁ ଚର୍ଚ୍ଚା କରିଥିବା ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଦେଓଲ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବାରେ ଇଚ୍ଛା ରଖି ନାହାଁନ୍ତି ।
ଖବରମୁତାବକ, ସନ୍ନି ଦେଓଲଙ୍କ ବାପା ମା ବିଜେପି ସହ ଜଡିତ । 2004ରେ ଧର୍ମେନ୍ଦ୍ର ଦେଓଲ ବିକାନେର ଲୋକସଭାରୁ ନିର୍ବାଚନ ଲଢି ଜୟଯୁକ୍ତ ହୋଇଥିଲେ । ପରେ ସେ ରାଜନୀତିରୁ ଅବସର ନେଇଛନ୍ତି । ଅନ୍ୟପଟେ ହେମାମାଳିନୀ 2014 ଲୋକସଭା ନିର୍ବାଚନରେ ୟୁପିର ମଥୁରାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଏହି ନିର୍ବାଚନରେ ମଧ୍ୟ ସେ ମଥୁରାରୁ ଲଢୁଛନ୍ତି ।
ତେବେ ନିର୍ବାଚନର ଏହି ଗରମାଗରମ ମାହୋଲରେ ବିଜେପି ଅଧ୍ୟକ୍ଷ ଓ ସନ୍ନି ଦେଓଲଙ୍କ ବିମାନବନ୍ଦରରେ ମେଳାପର କାରଣ ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି ।