ଓଡିଶା

odisha

ETV Bharat / bharat

କୋରୋନା କବଳରେ ଦିଲ୍ଲୀ, କେଜ୍ରିୱାଲଙ୍କ ସହ ବୈଠକ କରିବେ ଶାହ - କୋରୋନା ସଂକ୍ରମଣ

ଦିଲ୍ଲାରେ କୋରୋନା ସଂକ୍ରମଣର ମାମଲା ଅଣାୟତ ହେବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ ଗୃହମନ୍ତ୍ରୀ ଅମିତ ଶାହ ।

କେଜ୍ରିୱାଲଙ୍କ ସହ ବୈଠକ କରିବେ ଶାହ
କେଜ୍ରିୱାଲଙ୍କ ସହ ବୈଠକ କରିବେ ଶାହ

By

Published : Jun 13, 2020, 5:24 PM IST

ନୂଆଦିଲ୍ଲୀ: ଦିଲ୍ଲାରେ ହୁ ହୁ ହୋଇ ମାଡିଚାଲିଛି କୋରୋନା । ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି । ଏପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକ ରବିବାର ଦିନ 11ଟା ସମୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

କେଜ୍ରିୱାଲଙ୍କ ସହ ବୈଠକ କରିବେ ଶାହ

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଏମ୍ସ ଅଧ୍ୟକ୍ଷ ରଣଦୀପ ଗୁଲେରିଆ, ଉପରାଜ୍ୟପାଳ ଅନିଲ ବୈଜଲଙ୍କ ସମେତ ଗୃହମନ୍ତ୍ରାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେବେ ବୋଲି ଜଣାପଡିଛି ।

ତେବେ ଏହାପୂର୍ବରୁ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ କେଜ୍ରିୱାଲଙ୍କ ସହ ଆଲୋଚନା କରିଥିଲେ । ଉଭୟ ଦିଲ୍ଲୀରେ ବଢୁଥିବା କୋରୋନା ସଂକ୍ରମଣ ସମ୍ପର୍କରେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 36,324 ଥିବା ବେଳେ 22,212ଟି ସକ୍ରିୟ ମାମଲା ରହିଛି । ସେହିପରି 13,393 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1214 ଜଣ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details