ଓଡିଶା

odisha

By

Published : Dec 27, 2019, 5:19 PM IST

ETV Bharat / bharat

CAAକୁ ନେଇ ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ଶାହ

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପୁଣିଥରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜାଣନ୍ତୁ ସେ କ'ଣ କହିଛନ୍ତି...

amit-shah-challenge rahul gandhi
ଫଟୋ ସୌଜନ୍ୟ: ଏଏନଆଇ

ଶିମଲା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପୁଣିଥରେ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଆଇନ୍‌ ବିରୋଧରେ କଂଗ୍ରେସ ଏବଂ ତାଙ୍କ ସହଯୋଗୀ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହି ଆଇନ୍‌ ସଂଖ୍ୟାଲଘୁଙ୍କ ନାଗରିକତ୍ବ ଛଡାଇ ନେବ ବୋଲି ସେମାନେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ଶାହ । ଏହା ସହିତ ସେ ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ।

ହିମାଚଳ ପ୍ରଦେଶରେ ବିଜେପି ସରକାରର 2ବର୍ଷ ପୁର୍ତ୍ତି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଶିମଲାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଦେଶ ବିଭାଜନ ହେବା ପରେ ୧୯୫୦ରେ ନେହେରୁ ଲିୟାକତ ବୁଝାମଣା ହୋଇଥିଲା । ଏଥିରେ ଅଳ୍ପସଂଖ୍ୟକଙ୍କୁ ରକ୍ଷା କରିବା ବିଷୟରେ ବୁଝାମଣା ହୋଇଥିଲା । ପାକିସ୍ତାନ, ବାଙ୍ଗଲାଦେଶରେ ଧାର୍ମିକ ଉତ୍ପିଡନାର ଶିକାର ହେଉଥିବା ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବ ବୋଲି ଚୁକ୍ତି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶରଣାର୍ଥୀଙ୍କୁ ସିଏଏ ଦେଇଛନ୍ତି । କିନ୍ତୁ କଂଗ୍ରେସ ସିଏଏକୁ ନେଇ ମିଥ୍ୟା ପ୍ରଚାର କରୁଛି ବୋଲି ଶାହ କହିଛନ୍ତି । ଏହା ସହିତ ସେ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ରାହୁଲ ସିଏଏ ସମ୍ପର୍କରେ ପୁରା ପଢନ୍ତୁ । ଏହି ଆଇନ୍‌ରେ କୌଣସି ସଂଖ୍ୟାଲଘୁଙ୍କ ନାଗରିକତ୍ବ ଛଡାଇ ନେବା ସମ୍ବନ୍ଧରେ ଯଦି ଲେଖା ହୋଇଛି ତାହେଲେ ଦେଖାନ୍ତୁ ବୋଲି ଶାହ କହିଛନ୍ତି ।

ଏହି ଆଇନ୍‌ ସମ୍ବନ୍ଧରେ ଠିକ ତଥ୍ୟ ଜାଣିବାକୁ ଦେଶର ମୁସଲମାନ ଭାଇ ଭଉଣୀଙ୍କୁ ଅପିଲ କରିଛନ୍ତି ଶାହ । ସେ କହିଛନ୍ତି, ନାଗରିକତ୍ବ ସଂଶୋଧନ ଆଇନ୍‌ ସମ୍ପର୍କରେ ପ୍ରଥମେ ଆପଣମାନେ ଠିକ୍‌ ତଥ୍ୟ ଜାଣନ୍ତୁ । ଏହାପରେ ଅନ୍ୟମାନଙ୍କୁ ମଧ୍ୟ ବୁଝାନ୍ତୁ । ନଚେତ୍‌ ମିଥ୍ୟା ଏବଂ ଭୁଲ ତଥ୍ୟ ପ୍ରଚାର କରୁଥିବା ରାଜନୈତିକ ଦଳ ଭୋଟ ବ୍ୟାଙ୍କ ଏବଂ ନିଜ ସ୍ବାର୍ଥ ପାଇଁ ଏଭଳି ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details