ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସମସ୍ତ ମହାନିର୍ଦ୍ଦେଶକ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଏହା ସହ କୋଭିଡ-19 ମହାମାରୀର ଏହି କଠିନ ପରିସ୍ଥିତିରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ସମସ୍ତ ଯବାନଙ୍କୁ ଅତି ସତର୍କତା ସହକାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ନିକଟରେ ପାରାମିଲିଟାରୀ ବ୍ୟାଚର ଅନେକ ସୈନିକ କୋରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା । ଦୁଇ ଦିନ ପୂର୍ବେ ଯୋଧପୁରରେ ଅନେକ ବିଏସଏଫ ଯବାନ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ବୈଠକରେ ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାର କେବଳ କୋଭିଡ-19 ସଂକ୍ରମଣକୁ ନେଇ ଚିନ୍ତିତ ନାହାଁନ୍ତି ବରଂ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କର୍ମଚାରୀଙ୍କ ସୁରକ୍ଷା ତଥା ସୁସ୍ଥତା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ । ଗୃହମନ୍ତ୍ରୀ ପ୍ରତ୍ୟେକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ COVID-19 ଦ୍ବାରା ସଂକ୍ରମିତ ଯବାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରିବୁଝିଥିଲେ ।