ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଆସି ପହଞ୍ଚିବେ । ଦୁଇଦିନିଆ ଗସ୍ତରେ ଟ୍ରମ୍ପ ଗୁଜୁରାଟର ଅହମ୍ମଦାବାଦ ମଧ୍ୟ ଯିବେ । ଏହାକୁ ନଜରରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ସେପଟେ ଦିନକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ରବିବାର ଅହମ୍ମଦାବାଦ ସମୀକ୍ଷା କରିବାକୁ ପହଞ୍ଚି ଯାଇଛନ୍ତି । ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଧର୍ମପତ୍ନୀ ମେଲାନିୟା ଏବଂ ଝିଅ ଇମ୍ବାକାଙ୍କ ସହ ଭାରତ ଗସ୍ତରେ ଅସୁଛନ୍ତି ।
ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଅହମ୍ମଦାବାଦ ପହଞ୍ଚି ସମୀକ୍ଷା କଲେ ଶାହ - Amit Shah arrives in Ahmedabad
ଦୁଇଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ନଜରରେ ରଖି ଦିନକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ରବିବାର ଅହମ୍ମଦାବାଦ ସମୀକ୍ଷା କରିବାକୁ ପହଞ୍ଚିଯାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅହମ୍ମଦାବାଦ ପହଞ୍ଚି ସମୀକ୍ଷା କଲେ ଶାହ
ଟ୍ରମ୍ପ ଫେବୃଆରୀ 24 ଏବଂ 25 ତାରିଖ ଭାରତରେ ରହିବେ । ସେ ଭାରତ ଗସ୍ତରେ ଆଗ୍ରା, ଦିଲ୍ଲୀ ଏବଂ ଅହମ୍ମଦାବାଦ ଭ୍ରମଣ କରିବେ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅହମ୍ମଦାବାଦରେ ସୋମବାର ଏୟାରପୋର୍ଟରୁ ଷ୍ଟାଡିଅମ ମଧ୍ୟରେ ରୋଡ ଶୋ ହେବାକୁ ଯାଉଛି । ଏଥିଲାଗି ପୂର୍ବ ପ୍ରସ୍ତୁତି ସରିଛି । ଟ୍ରମ୍ପଙ୍କର କିପରି ଭବ୍ୟ ସ୍ବାଗତ ହେବ ସେ ନେଇ ମକ ଡ୍ରିଲ ହୋଇଥିଲା । ପ୍ରାୟ 9 କିଲୋମିଟର ଯାଏ ରୋଡ଼ ଶୋ ହେବ ବୋଲି ଜଣାପଡିଛି ।