ପାଟନା: ଭାରତୀୟ ଜନତା ପାର୍ଟି ପୁଣି ଥରେ ନୀତିଶ କୁମାରଙ୍କ ଉପରେ ଭରସା ପ୍ରକଟ କରିଛି । ନୀତିଶଙ୍କ ଚେହେରାରେ ବିହାର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି ବିଜେପି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବିଜେପି ବିହାର ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
‘ନୀତିଶଙ୍କ ନେତୃତ୍ବରେ ଲଢାଯିବ ବିହାର ବିଧାନସଭା ନିର୍ବାଚନ’ - amit shah in vaishali
ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଫାଟକୁ ନେଇ ଚାଲିଥିବା ଗୁଜବକୁ ଏଡାଇ 2020 ବିଧାନସଭା ନିର୍ବାଚନରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶାହ ସ୍ପଷ୍ଟ କରିଦେଇଛନ୍ତି । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବିଜେପି ବିହାର ବିଧାନସଭା ନିର୍ବାଚନ ଲଢିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ବିହାରର ବୈଶାଳୀରେ ଏକ ଜନସଭାକୁ ସମ୍ବୋଧନ ସମୟରେ କହିଛନ୍ତି । ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଫାଟକୁ ନେଇ ଚାଲିଥିବା ଗୁଜବକୁ ଏଡାଇ 2020 ବିଧାନସଭା ନିର୍ବାଚନରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶାହ ସ୍ପଷ୍ଟ କରିଦେଇଛନ୍ତି ।
ଅମିତ ଶାହ କହିଛନ୍ତି ଯେ କିଛି ଲୋକ ଗୁଜବ ପ୍ରଚାର କରିବାକୁ ଚାହୁଁଛନ୍ତି କି ବିହାରର ଆଗାମୀ ନିର୍ବାଚନ କିପରି ହେବ ? ଆଜି (ଗୁରୁବାର) ସବୁ ଗୁଜବର ନିରାକରଣ କରିବାକୁ ଆସିଛି । ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ନୀତିଶ କୁମାରଙ୍କ ନେତୃତ୍ବରେ ଲଢାଯିବ । ବିଜେପି ଓ ଜେଡିୟୁ ସାଙ୍ଗ ହୋଇ ନିର୍ବାଚନ ଲଢିବେ ବୋଲି ଶାହ ପ୍ରତିକ୍ରିୟା ଦେଇଛନ୍ତି । ଏହା ପୂର୍ବରୁ ଏଲଜେପି ଅଧ୍ୟକ୍ଷ ଚିରାଗ ପାସଓ୍ବାନ ମଧ୍ୟ କହିସାରିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ନୀତିଶଙ୍କ ନେତୃତ୍ବରେ ଲଢାଯିବ ।