ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ କଣ୍ଟେନମେଣ୍ଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ-19 ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି । ଅମିତ ଶାହାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ଗୃହମନ୍ତ୍ରୀ କିଶନ ରେଡ୍ଡୀ, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇଥିଲେ।
DRDO ନିର୍ମିତ କୋଭିଡ କେୟାର ହସ୍ପିଟାଲ ପରିଦର୍ଶନ କଲେ ଶାହା-କେଜ୍ରିୱାଲ - DRDO built sardar vallabh bhai patel hospital
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ କଣ୍ଟେନମେଣ୍ଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ-19 ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ।
ଦିଲ୍ଲୀ କ୍ୟାଣ୍ଟରେ ନିର୍ମିତ ଏହି ଡାକ୍ତରଖାନା DRDO ଦ୍ବାରା ନିର୍ମାଣ କରାଯାଇଛି । ରାଜଧାନୀ ଦିଲ୍ଲୀର ଏହି କୋଭିଡ କେୟାର ସେଣ୍ଟରରେ 1000 ଶଯ୍ୟା କ୍ଷମତା ଅଛି । ପ୍ରକାଶଥାଉକି, ଏହି ଡାକ୍ତରଖାନାରେ ଆଇସିୟୁର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ ଛତ୍ରପୁରର ରାଧା ସ୍ବାମୀ ସତସଙ୍ଗ ବ୍ୟାସରେ 10000 ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣ କରାଯାଇଛି। ଆଜି ଏହି ଡାକ୍ତରଖାନାକୁ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଉଦଘାଟନ କରିଛନ୍ତି।
ଏହି ଡାକ୍ତରଖାନା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଜମିରେ ମାତ୍ର 11 ଦିନ ମଧ୍ୟରେ ନିର୍ମାଣ କରାଯାଇଛି। ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଡାକ୍ତରଖାନା ସଶସ୍ତ୍ର ବାହିନୀ ଦ୍ବାରା ପରିଚାଳିତ ହେବ ।