ଓଡିଶା

odisha

By

Published : Jun 15, 2020, 4:40 PM IST

ETV Bharat / bharat

ଶାହଙ୍କ ସର୍ବଦଳୀୟ ବୈଠକରେ ବିଜେପିର ଦାବି: ସମାନ ହେଉ ବେସରକାରୀ ମେଡିକାଲ ଚାର୍ଜ

ଦିଲ୍ଲୀରେ କୋରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଜେପି ପକ୍ଷରୁ ଦିଲ୍ଲୀ ଅଧ୍ୟକ୍ଷ ଆଦେଶ ଗୁପ୍ତା ବେସରକାରୀ ଡାକ୍ତରଖାନାର ଚାର୍ଜ ସମାନ ରଖିବାକୁ ଦାବି କରିଛନ୍ତି ।

amit shah
ଶାହାଙ୍କ ସର୍ବଦଳୀୟ ବୈଠକରେ ବିଜେପିର ଦା

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଆମ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ନେତା ସାମିଲ ହୋଇଛନ୍ତି । ବିଜେପି ପକ୍ଷରୁ ଦିଲ୍ଲୀ ଅଧ୍ୟକ୍ଷ ଆଦେଶ ଗୁପ୍ତା ବେସରକାରୀ ଡାକ୍ତରଖାନାର ଚାର୍ଜ ସମାନ ରଖିବାକୁ ଦାବି କରିଛନ୍ତି ।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି, ‘ବେସରକାରୀ ହସ୍ପିଟାଲର ଚାର୍ଜ ସମାନ ରହୁ। ଏହାକୁ ନେଇ ଭି କେ ପଲ୍ କମିଟି ଗଠନ କରାଯାଇଛି । ଏହି କମିଟି 2 ଦିନରେ ରିପୋର୍ଟ ଦେବ । ଏହାପରେ ହସ୍ପିଟାଲ ଗୁଡିକର ଖର୍ଚ୍ଚ ଚିଠା ଧାର୍ଯ୍ୟ କରାଯାଇପାରିବ’ ।

ସେ କହିଛନ୍ତି, ‘ଏହା ପୂର୍ବରୁ ପରୀକ୍ଷା ଚାର୍ଜକୁ 50 ପ୍ରତିଶତ ହ୍ରାସ କରିବାକୁ ବିଜେପି ଚେଷ୍ଟା କରିଛି । ଏହା ପରସ୍ପରକୁ ଦୋଷାରୋପ କରିବାର ସମୟ ନୁହେଁ, ଆମକୁ ଏକାଠି କୋରୋନା ବିରୋଧରେ ଲଢେଇ କରିବାକୁ ପଡିବ । ତେବେ ବୈଠକରେ ଲକଡାଉନ୍ ସମ୍ବନ୍ଧିତ କୌଣସି ପରାମର୍ଶ ଦେଇନାହାଁନ୍ତି ସେ ।

ଏହାପୂର୍ବରୁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଏକ ବୈଠକ କରିଥିଲେ। ଏହା ପରେ ଅମିତ ଶାହ ସନ୍ଧ୍ୟା 5 ଟାରେ ମେୟର ଓ ମୁନିସିପାଲଟି କର୍ପୋରେସନର ଅଧିକାରୀଙ୍କ ସହ ଏକ ବୈଠକରେ କୋରୋନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।

ABOUT THE AUTHOR

...view details