ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ନେଇ ଦେଶର ଅନେକ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ଅନ୍ୟପକ୍ଷରେ ସିଏଏ ଉପରେ ଦେଶବ୍ୟାପୀ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ପାଇଁ ଶନିବାର କର୍ଣ୍ଣାଟକର ହୁବୁଲି ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ହୁବୁଲୀର ଏକ ରାଲିରେ ସମ୍ବୋଧିତ କରି ସେ ସିଏଏ ସମ୍ବନ୍ଧରେ ଲୋକଙ୍କୁ ସଚେତନତା କରାଇବା ସହ ବିରୋଧୀ ଦଳ ଉପରେ ବର୍ଷିଛନ୍ତି ।
ସଂଖ୍ୟାଲଘୁ ବିରୋଧୀ ଲୋକ ସିଏଏକୁ ବିରୋଧ କରୁଛନ୍ତି: ଶାହ
ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଜାଣନ୍ତୁ ସେ କ'ଣ କହିଛନ୍ତି...
"ମୋଦି ସରକାର ଧାର୍ମିକ ରୂପରେ ପ୍ରପୀଡିତ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ବ ଦେବା ପାଇଁ ଆଇନ୍ ପ୍ରଣୟନ କରିଛନ୍ତି । କିନ୍ତୁ ବିପକ୍ଷ ଦଳ ଏହାକୁ ବିରୋଧ କରୁଛନ୍ତି । ଭାରତ ଆସୁଥିବା ଶରଣାର୍ଥୀଙ୍କ ମଧ୍ୟରୁ 70 ପ୍ରତିଶତ ସଂଖ୍ୟାଲଘୁ ରହିଛନ୍ତି । ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନେ ସଂଖ୍ୟାଲଘୁ ବିରୋଧୀ ବୋଲି ଶାହ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ(ପୂର୍ବ ଏବଂ ପଶ୍ଚିମ)ରେ 30 ପ୍ରତିଶତ ହିନ୍ଦୁ ଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନରେ କେବଳ 3 ପ୍ରତିଶତ ହିନ୍ଦୁ ରହିଛନ୍ତି । ପାକିସ୍ତାନର ବଳକା ସଂଖ୍ୟାଲଘୁ କୁଆଡେ ଗଲେ ବୋଲି ପ୍ରଦର୍ଶନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଶାହ" ।