ଶ୍ରୀନଗର: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏଥର ଜମ୍ମୁ-କଶ୍ମୀର ଶ୍ରୀନଗରରେ 73 ତମ ସ୍ବତନ୍ତ୍ରତା ଦିବସରେ କରିପାରନ୍ତି ପତାକା ଉତ୍ତୋଳନ। ସୂଚନା ଅନୁସାରେ, ଅଗଷ୍ଟ 14 ତାରିଖ ସଂଧ୍ୟାରେ ଶାହା ଶ୍ରୀନଗର ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଛି । ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ 370 ଉଠିବା ପରେ ଲାଲଚୌକରେ ଏଥର ତ୍ରିରଙ୍ଗା ଉଡାଇବେ ଅମିତ ଶାହା ।
ଶ୍ରୀନଗରରେ ପତାକା ଉତ୍ତୋଳନ କରିବେ ଶାହା ! - ଲାଲ ଚୌକ
ଶ୍ରୀନଗର ଲାଲଚୌକରେ ଅଗଷ୍ଟ 15ରେ ପତାକା ଉତ୍ତୋଳନ କରି ପାରନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଆସନ୍ତା 16 ଏବଂ 17 ତାରିଖରେ ଲଦାଖ ଗସ୍ତରେ ଯାଇପାରନ୍ତି ଶାହା ।
ଡିଜାଇନ ଫଟୋ
ଏହାକୁ ବିହାର ମୁଖ୍ୟମନ୍ତ୍ରୀ ଓ ଜେଡିୟୁ ଅଧ୍ୟକ୍ଷ ନିତିଶ କୁମାର ମଧ୍ୟ ସମର୍ଥନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନଡିଏ ସରକାରଙ୍କ ଏହା ଦ୍ବିତୀୟ ଐତିହାସିକ ପଦକ୍ଷେପ ହେବ । ଶ୍ରୀନଗର ପରେ ଆସନ୍ତା 16 ଏବଂ 17 ତାରିଖରେ ଶାହା ଲଦାଖ ଗସ୍ତରେ ଯିବେ ।
ସେ ଲାଲ ଚୌକରେ ପତାକା ଉତ୍ତୋଳନ କରିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ। ଡୋଭାଲ ଜମ୍ମୁ-କଶ୍ମୀରରେ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ପ୍ରଥମ ଥର ପାଇଁ ଜବାହାରଲାଲ ନେହେରୁ ଲାଲଚୌକରେ ପତାକା ଉତ୍ତୋଳନ କରିଥିଲେ ।