ଓଡିଶା

odisha

ETV Bharat / bharat

ଶହୀଦ ଅର୍ଶଦଙ୍କ ଘରେ ଗୃହମନ୍ତ୍ରୀ ଅମିତ ଶାହା - jammu

ଶହୀଦ ଅର୍ଶଦ ଖାନଙ୍କ ଘରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା । ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ଅର୍ଶଦ।

ଫଟୋ ସୌଜନ୍ୟ : ଏଏନଆଇ

By

Published : Jun 27, 2019, 1:00 PM IST

ଶ୍ରୀନଗର: ଜମ୍ମୁକାଶ୍ମୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶ୍ରୀନଗର ଅନନ୍ତନାଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଭେଟିଲେ ଗୃହମନ୍ତ୍ରୀ। ଜୁନ 12 ତାରିଖରେ ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ଶହୀଦ ହୋଇଥିଲେ ଯବାନ ଅର୍ଶଦ ଖାନ୍। ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁକାଶ୍ମୀର ଗସ୍ତ ସମୟରେ ଶହୀଦଙ୍କ କରଣନଗର ସ୍ଥିତ ବାଲଗାର୍ଡେନ ବାସବଭନରେ ପହଞ୍ଚିଛନ୍ତି।

ଅର୍ଶଦଙ୍କ ପରିବାରରେ ବର୍ଷକର ଦୁଇ ସନ୍ତାନ ଦାମିନ ଏବଂ ଉବାନ, ପତ୍ନୀ, ଭାଇ ଓ ପିତା ଅଛନ୍ତି। ପରିବାରର ସମସ୍ତଙ୍କୁ ଭେଟିଛନ୍ତି ଅମିତଶାହା । ପରିବାରକୁ ସାନ୍ତ୍ୱନା ଦେବା ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି । ଅନନ୍ତନାଗ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

For All Latest Updates

ABOUT THE AUTHOR

...view details