ନୂଆଦିଲ୍ଲୀ: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ଜାରି ବିବାଦ ମଧ୍ୟରେ ଚୀନକୁ କଡା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଯଦି ଶତ୍ରୁ ଦେଶ ଆମ ଉପରେ ଆକ୍ରମଣ କରେ ତାହେଲେ ଆମେ ଏହାର କଡା ଜବାବ ଦେବୁ ବୋଲି ରାଜନାଥ ସିଂହ କହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରି ରାଜନାଥ ସିଂହ ଏଭଳି କହିଛନ୍ତି ।
'ଜମି ନୁହେଁ ହୃଦୟ ଜିତିବାରେ ବିଶ୍ବାସ ରଖେ ଭାରତ' - defence minister rajnath singh
ଯଦି ଶତ୍ରୁ ଦେଶ ଆମ ଉପରେ ଆକ୍ରମଣ କରେ ତାହେଲେ ଆମେ ଏହାର କଡା ଜବାବ ଦେବୁ ବୋଲି ରାଜନାଥ ସିଂହ କହିଛନ୍ତି।
ସ୍ବାଧୀନତା ଦିବସ ପୂର୍ବରୁ ଚୀନକୁ ଚେତାବନୀ ଦେଇ ରାଜନାଥ ସିଂହ କହିଛନ୍ତି, ଆମେ ଜାତୀୟ ସୁରକ୍ଷା ପାଇଁ ଯାହା ବି କରୁ ସର୍ବଦା ଆତ୍ମରକ୍ଷା ପାଇଁ କରିଥାଉ, ଅନ୍ୟମାନଙ୍କୁ ଆକ୍ରମଣ କରିବା ପାଇଁ ନୁହେଁ। ଭାରତ ହୃଦୟ ଜିତିବାରେ ବିଶ୍ବାସ କରେ, ଜମି ଜିତିବାରେ ନୁହେଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ କାହାକୁ ଆମର ଆତ୍ମ ସମ୍ମାନକୁ ଅପମାନିତ କରିବାକୁ ଦେବୁ ବୋଲି ସେ କହିଛନ୍ତି ।
ରାଜନାଥ ସିଂହ ସଶସ୍ତ୍ର ବାହିନୀଙ୍କୁ କହିଛନ୍ତି, ଭାରତ କେବେବି କାହା ଉପରେ ଆକ୍ରମଣ କରି ନାହିଁ କିମ୍ବା ଅନ୍ୟ ଦେଶର ଜମି ଦଖଲ କରିବାକୁ ଚେଷ୍ଟା କରି ନାହିଁ। ଇତିହାସ ଏହାର ସାକ୍ଷି ରହିଛି ବୋଲି ରାଜନାଥ ସିଂହ କହିଛନ୍ତି। ଏହା ସହିତ ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମ ଆବଶ୍ୟକତା ବଜାୟ ରଖିବା ପାଇଁ ସରକାର ସମସ୍ତ କାର୍ଯ୍ୟ କରୁଥିବା ନିଶ୍ଚିତ କରିଛନ୍ତି ସେ ।