ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସମ୍ପତ୍ତି ଟିକସ ଲାଗୁ ହେବ ନାହିଁ । ରାଜ୍ୟପାଳ ମନୋଜ ସିହ୍ନା କେନ୍ଦ୍ରଶାସିତ ଅଞ୍ଚଳରେ ସେପରି କୌଣସି ଯୋଜନା ନାହିଁ ବୋଲି କହିଛନ୍ତି । ଉତ୍ତର କାଶ୍ମୀରର ବାରାମୁଲ୍ଲା ସହରରେ ଏକ କାର୍ଯ୍ୟକ୍ରମରେ ସିହ୍ନା ଏହି ମନ୍ତବ୍ୟ ଦେଇଛନ୍ତି ।
ଜମ୍ମୁ-କାଶ୍ମୀରରେ ସମ୍ପତ୍ତି ଟିକସ ଲାଗୁ କରିବାର କୌଣସି ଯୋଜନା ନାହିଁ: ମନୋଜ ସିହ୍ନା - imposing property tax
ଜମ୍ମୁ କାଶ୍ମୀରରେ ସମ୍ପତ୍ତି ଟିକସ ଲାଗୁ ହେବ ନାହିଁ । ରାଜ୍ୟପାଳ ମନୋଜ ସିହ୍ନା କେନ୍ଦ୍ରଶାସିତ ଅଞ୍ଚଳରେ ସେପରି କୌଣସି ଯୋଜନା ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଏହାପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ J&K ମ୍ୟୁନିସିପାଲିଟି ଆକ୍ଟ, 2000 ଏବଂ J&K ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ, 2000, J&K ପୁନର୍ଗଠନ ଆଦେଶର ସଂଶୋଧନ ପରେ ସମ୍ପତ୍ତି ଟିକସ ଲାଗୁ କରିବାକୁ କେନ୍ଦ୍ର ଗୃହ ପ୍ରଶାସନକୁ କ୍ଷମତା ପ୍ରଦାନ କରିଥିଲା। ଗତ ଦୁଇ ସପ୍ତାହ ଧରି ଜମ୍ମୁ କାଶ୍ମୀରରେ ସରକାର ସମ୍ପତ୍ତି ଟିକସ ଲଗାଇ ପାରିବେ ବୋଲି ଖବର ଆସିବା ପରେ ବିଭିନ୍ନ ମୁଖ୍ୟସ୍ରୋତ ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଥିଲେ।
ନ୍ୟାସନାଲ କନଫରେନ୍ସ ସମ୍ପତ୍ତି ଟିକସକୁ ନେଇ ସମାଲୋଚନା କରିଛି । ସାଧାରଣ ସମ୍ପାଦକ ଅଲି ମହମ୍ମଦ ସାଗର କହିଛନ୍ତି ଯେ, ଅର୍ଥନୈତିକ ମନ୍ଥରତା ମଧ୍ୟରେ ସମ୍ପତ୍ତି ଟିକସ ଲାଗୁ କରିବା ଜମ୍ମୁକାଶ୍ମୀର ଲୋକଙ୍କ ସହ ହୋଇଥିବା ଅନ୍ୟାୟ ଅଟେ।