ନୂଆଦିଲ୍ଲୀ :ପଞ୍ଜାବ ସରକାର କିମ୍ବା ଦଳର ରାଜ୍ୟ ୟୁନିଟରେ ଏକ ନୂତନ ଭୂମିକା ନେଇ ଚାଲିଥିବା କଳ୍ପନା ଜଳ୍ପନା ମଧ୍ୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ଦିନ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ସାକ୍ଷାତକାର ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ହରିଶ ରାୱତ ଏବଂ କେସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ସିଦ୍ଧୁ ଗଣମାଧ୍ୟମ ଠାରୁ ଦୂରେଇ ରହିଥିବା ବେଳେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ, ଚାଷୀଙ୍କ ଆନ୍ଦୋଳନ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା । ସେ କହିଛନ୍ତି, "କଂଗ୍ରେସ ନେତୃ ବର୍ଗ କୃଷକଙ୍କ ବିରୋଧର ମୂଲ୍ୟାଙ୍କନ କରିଛନ୍ତି । ଆମେ ପଞ୍ଜାବର ଅନ୍ୟ ନେତାଙ୍କୁ ମଧ୍ୟ ଡାକିଛୁ । ନବଜୋତ ସିଂ ସିଦ୍ଧୁ ଆଜି ସେଥିପାଇଁ ଏଠାକୁ ଆସିଛନ୍ତି ।" କ୍ୟାବିନେଟ କିମ୍ବା କଂଗ୍ରେସର ପଞ୍ଜାବ ୟୁନିଟରେ ପରିବର୍ତ୍ତନ ଚର୍ଚ୍ଚା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ, ଅନ୍ୟ ପ୍ରସଙ୍ଗ ଅପେକ୍ଷା ବର୍ତ୍ତମାନ କୃଷକଙ୍କ ଆନ୍ଦୋଳନ ଅଧିକ ଗୁରୁତ୍ୱପୂର୍ଣ୍ଣ ।