ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ରାଜନୈତିକ ସଙ୍କଟ, ହୋଟେଲରେ ଡେରା ଜମାଇଛନ୍ତି ପାଇଲଟ ସମର୍ଥକ - ରାଜନୈତିକ ସଙ୍କଟ

ଗୁରୁଗ୍ରାମର ମନେସର ଆଇଟିସି ଗ୍ରାଣ୍ଡ ଭରତ ହୋଟେଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାନୁସାରେ, ଆଇଟିସି ଗ୍ରାଣ୍ଡ ଭରତ ହୋଟେଲରେ 12ରୁ ଅଧିକ ପାଇଲଟ ସମର୍ଥିତ ବିଧାୟକ ଅଛନ୍ତି। ହୋଟେଲ ବାହାରେ ପୋଲିସର ସୁରକ୍ଷା କଡାକଡି କରାଯାଇଛି।

ହୋଟେଲରେ ଡେରା ଜମାଇଛନ୍ତି ପାଇଲଟ ସମର୍ଥକ
ହୋଟେଲରେ ଡେରା ଜମାଇଛନ୍ତି ପାଇଲଟ ସମର୍ଥକ

By

Published : Jul 13, 2020, 1:35 PM IST

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମାକୁ ନେଇ ସସପେନ୍ସ ଜାରି ରହିଛି । ପ୍ରତିଟି ମୂହୁର୍ତ୍ତରେ ଏହାର ରାଜନୈତିକ ଚିତ୍ର ବଦଳୁଥିବା ଦେଖିବାକୁ ମିଳୁଛି । ଇତି ମଧ୍ୟରେ ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏବେସୁଦ୍ଧା ପ୍ରାୟ 90 ଜଣ ପହଞ୍ଚିଥିବା ଜଣାପଡିଛି । ତେବେ ଏହି ବୈଠକରେ ଯୋଗ ଦେଇନଥିବା ପ୍ରାୟ 12 ରୁ ଅଧିକ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମର୍ଥକ ବିଧାୟକ ଗୁରୁଗ୍ରାମର ଆଇଟିସି ହୋଟେଲରେ ଥିବା ସୂତ୍ରରୁ ପ୍ରକାଶ ପାଇଛି ।

ରାଜସ୍ଥାନରେ ଜାରି ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁରୁଗ୍ରାମର ମନେସର ଆଇଟିସି ଗ୍ରାଣ୍ଡ ଭରତ ହୋଟେଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାନୁସାରେ, ଆଇଟିସି ଗ୍ରାଣ୍ଡ ଭରତ ହୋଟେଲରେ 12ରୁ ଅଧିକ ପାଇଲଟ ସମର୍ଥିତ ବିଧାୟକ ଅଛନ୍ତି। ହୋଟେଲ ବାହାରେ ପୋଲିସର ସୁରକ୍ଷା କଡାକଡି କରାଯାଇଛି। ବାହାରେ ବ୍ୟାରିକଡ ଲଗାଇ ପୋଲିସ ପରିଦର୍ଶକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି।

ସୂଚନାଯୋଗ୍ୟ ଯେ, ଜୁନ୍ ମାସରେ ଅନୁଷ୍ଠିତ 3 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପୂର୍ବରୁ ଶାସକ ଦଳ କଂଗ୍ରେସ ବିଜେପି ବିରୋଧରେ ବଡ ଅଭିଯୋଗ ଆଣିଥିଲା । ବିଜେପି କଂଗ୍ରେସର କିଛି ବିଧାୟକଙ୍କୁ ପ୍ରଲୋଭିତ କରି ନିଜ ଆଡକୁ ନେଉଥିବା ଦଳ ସ୍ୱତନ୍ତ୍ର ଟାସ୍କ ଫୋର୍ସ (SOG)ରେ ଅଭିଯୋଗ କରିଥିଲା । ବିଧାୟକଙ୍କୁ ପ୍ରଲୋଭିତ କରିବା ପାଇଁ କୋଟି କୋଟି ଟଙ୍କାର ଅଫର ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଗେହଲଟ ଅଭିଯୋଗ କରିଥିଲେ ।

ରାଜସ୍ଥାନ ବିଧାନସଭାରେ ମୋଟ 200 ବିଧାୟକଙ୍କ ମଧ୍ୟରୁ କଂଗ୍ରେସରେ 107 ଜଣ ବିଧାୟକ ଏବଂ ବିଜେପିରେ 72 ଜଣ ବିଧାୟକ ଅଛନ୍ତି । ରାଜ୍ୟରେ ଥିବା 13 ଟି ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ 12 ଜଣ କଂଗ୍ରେସକୁ ସମର୍ଥନ କରୁଛନ୍ତି । ସେପଟେ ପାଇଲଟ ଏବଂ ତାଙ୍କ ସହଯୋଗୀ ମାନେ ଦଳକୁ ସହଯୋଗ କରୁନଥିବା ରାଜ୍ୟସଭା ନିର୍ବାଚନ ସମୟରେ ଗେହଲଟ ସମର୍ଥକମାନେ ଦଳର ହାଇକମାଣ୍ଡକୁ ବାର୍ତ୍ତା ପଠାଇଥିଲେ।

ABOUT THE AUTHOR

...view details