ଶ୍ରୀନଗର: ଦେଶରେ ଜାରି ରହିଛି ମହାମାରୀ କୋରୋନା ପ୍ରକୋପ । କୋରୋନା ସଂକ୍ରମଣ ମଧ୍ୟରେ ସେପ୍ଟେମ୍ବର 21ରୁ ଜାମ୍ମୁ ଓ କାଶ୍ମୀରରେ ସ୍କୁଲ ଖୋଲିବା ନେଇ ବିଚାର କରୁଛି ଶିକ୍ଷା ବିଭାଗ । ସ୍ବେଚ୍ଛାକୃତ ଭିତ୍ତିରେ ବିଦ୍ୟାଳୟରେ କାର୍ଯ୍ୟକଳାପକୁ ଆଂଶିକ ପୁନରାରମ୍ଭ କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ପରେ ଏହି ପଦକ୍ଷେପ ନିଆଯାଇଛି ।
ବିଦ୍ୟାଳୟ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭରତକୁ ସୂଚନା ଦେଇ କହିଛନ୍ତି, ଘାଟିରେ 50 ପ୍ରତିଶତ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟଗୁଡ଼ିକ ଖୋଲାଯିବ | ଛାତ୍ରଛାତ୍ରୀମାନେ ସେମାନଙ୍କ ପିତାମାତାଙ୍କଠାରୁ ଲିଖିତ ସମ୍ମତି ଦାଖଲ କରିବା ପରେ ହିଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।
ଏହିପରି ଭିତ୍ତିଭୂମି ପୂନନିର୍ମାଣ ଏବଂ ସଫେଇର ଆବଶ୍ୟକ ଥିବାରୁ ବିଦ୍ୟାଳୟଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଆସିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ଗାଇଡଲାଇନ ପାଳନ କରି ପ୍ରତ୍ୟେକ ବିଦ୍ୟାଳୟ ଖୋଲାଯିବ | ଶିକ୍ଷାନୁଷ୍ଠାଗୁଡିକର ମୁଖ୍ୟ ନିଜ ନିଜ କର୍ମଚାରୀଙ୍କ ତାଲିକା ସ୍ଥିର କରିବେ ବୋଲି ଅଧିକାରୀ କହିଛନ୍ତି ।