ଓଡିଶା

odisha

ETV Bharat / bharat

ଉଗ୍ର ହେଉଛନ୍ତି ଆନ୍ଦୋଳନକାରୀ; ପଶ୍ଚିମବଙ୍ଗରେ ପୋଲିସର ପଇଁତରା - Alret in Kolkata over Delhi violence

ଆତଙ୍କୀ ଭଳି ବ୍ୟବହାର ଭିଆଇଲେଣି ଆନ୍ଦୋଳନକାରୀ । ରାଜଧାନୀ ଦିଲ୍ଲୀରେ 10 ଜଣଙ୍କ ପ୍ରାଣ ନେଇସାରିଲେଣି ସିଏଏ ବିକ୍ଷୋଭକାରୀ । ଏପରି ସ୍ଥିତିରେ ପଶ୍ଚିମବଙ୍ଗର ସମସ୍ତ ଥାନାକୁ ଆଲର୍ଟ ରହିବା ପାଇଁ ମଧ୍ୟ ନିର୍ଦେଶ ଜାରି ହୋଇଛି । ଆଗକୁ ପଢନ୍ତୁ...

amid-delhi-violence
amid-delhi-violence

By

Published : Feb 25, 2020, 6:59 PM IST

କୋଲକାତା: ଦିଲ୍ଲୀରେ ଆତଙ୍କ ରଚାଇଛନ୍ତି ସିଏଏ ଆନ୍ଦୋଳନକାରୀ । ଶାନ୍ତିପ୍ରିୟ ଆନ୍ଦୋଳନର କଥା କହୁଥିବା ବିକ୍ଷୋଭକାରୀଙ୍କ ଉଗ୍ରତା ଏବେ ଶୀର୍ଷରେ ପହଁଚିଛି । ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ପଶ୍ଚିମବଙ୍ଗରେ ମଧ୍ୟ ପୋଲିସ ପକ୍ଷରୁ ଜାରି ହୋଇଛି ହାଇଆର୍ଲଟ ।

ପଶ୍ଚିମବଙ୍ଗରେ ପୋଲିସର ପଇଁତରା

ପଶ୍ଚିମବଙ୍ଗର ସମସ୍ତ ପୋଲିସ ଷ୍ଟେସନକୁ ସରକାରୀ ଭାବେ ସତର୍କ ରହିବାକୁ ଅବଗତ କରାଯାଇଛି । ଯେକୌଣସି ସ୍ଥିତି କିମ୍ବା ମୂହୂର୍ତ୍ତରେ ଯେଉଁଠି ଆନ୍ଦୋଳନ କିମ୍ବା ଗଣ୍ଡଗୋଳ ଘଟେ ତାହାକୁ ଶାନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା କୋଲକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରତିଟି ଅଞ୍ଚଳକୁ ନିର୍ଦ୍ଧିଷ୍ଟ ଭାବେ ପାଟ୍ରୋଲିଂ କରାଯିବା ସହ ସେହି ଅଞ୍ଚଳର ସମସ୍ତ ସମ୍ପ୍ରଦାୟର ମୁଖିଆଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ପୋଲିସ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି, କୌଣସି ସ୍ଥାନରେ ହିଂସା ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଉକ୍ତ ଅଧିକାରୀ ।

ABOUT THE AUTHOR

...view details