ଥିରୁଅନନ୍ତପୁରମ: କୋରୋନା ମହାମାରୀ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅନେକ ଶିକ୍ଷିତ ଲୋକ ଏହି ନିୟମ ଉଲ୍ଲଂଘନ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଏକ୍ଷେତ୍ରରେ ଆଦିବାସୀ ମାନେ ବେଶ ସଚେତନ ନଜର ଆସିଛନ୍ତି । ଆଉ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କେରଳର ମାଲାପୁରମ୍ ଜିଲ୍ଲାର ଅଧିକାଂଶ ଆଦିବାସୀ ପରିବାର ନିଜର ସୁରକ୍ଷା ପାଇଁ ଜଙ୍ଗଲରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁଯାୟୀ, କେରଳର ପେରୁଭାମ୍ବାଡାମ କଲୋନୀରେ 80ରୁ ଅଧିକ ଆଦିବାସୀ ପରିବାର ରୁହନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ପରିବାର ମିଳିତ ପରିବାର ଅଟନ୍ତି। ତେବେ ଏହି 80 ପରିବାର 2 ଏକର ଜମିରେ ରହୁଛନ୍ତି |