ଓଡିଶା

odisha

ETV Bharat / bharat

ଭାରତ-ଚୀନ ତିକ୍ତତା: ଭର୍ଚୁଆଲରେ ହେବ ଉଭୟ ପକ୍ଷର ଯୁଗ୍ମ ସଚିବସ୍ତରୀୟ ବୈଠକ - ଭାରତ ଓ ଚୀନ ବିବାଦ

ଭାରତ ଓ ଚୀନ ବିବାଦ ନେଇ ବୁଧବାର ବସିବ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଭର୍ଚୁଆଲରେ ଏହି ବୈଠକର ଆୟୋଜନ କରାଯିବ। ଉଭୟ ଦେଶ ପକ୍ଷରୁ ଯୁଗ୍ମ ସଚିବଙ୍କ ଉପସ୍ଥିରେ ଏହି ଆଲୋଚନା କରାଯିବ।

ଭାରତ-ଚୀନ ସୀମା ତିକ୍ତତା: ଭର୍ଚୁଆଲରେ ହେବ ଯୁଗ୍ମ ସଚିବସ୍ତରୀୟ ବୈଠକ
ଭାରତ-ଚୀନ ସୀମା ତିକ୍ତତା: ଭର୍ଚୁଆଲରେ ହେବ ଯୁଗ୍ମ ସଚିବସ୍ତରୀୟ ବୈଠକ

By

Published : Jun 24, 2020, 12:30 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦ ନେଇ ବୁଧବାର ବସିବ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଭର୍ଚୁଆଲରେ ଏହି ବୈଠକର ଆୟୋଜନ କରାଯିବ। ଉଭୟ ଦେଶ ପକ୍ଷରୁ ଯୁଗ୍ମ ସଚିବଙ୍କ ଉପସ୍ଥିରେ ଏହି ଆଲୋଚନା କରାଯିବ।

ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଓ ପରାମର୍ଶ ତଥା ସମନ୍ୱୟ ରକ୍ଷା କରିବା ପାଇଁ ସୀମା ସୁରକ୍ଷା କର୍ମୀଙ୍କ ସହଯୋଗକୁ ଦୃଢ କରିବା ପାଇଁ WMCC ବା ସୀମା ସୁରକ୍ଷା କାର୍ଯ୍ୟ ପ୍ରଣାଳୀ 2012 ରେ ପ୍ରତିଷ୍ଠା ହୋଇଥିଲା।

ସୋମବାର ଭାରତ ଏବଂ ଚୀନ୍ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରିଥିଲେ ଯେଉଁଥିରେ ପୂର୍ବ ଲଦାଖ ସେକ୍ଟରରେ ଅସହଯୋଗ ପାଇଁ ଉଭୟ ପକ୍ଷ ପାରସ୍ପରିକ ସହମତି ପ୍ରକାଶ କରିଥିଲେ।

ଭାରତ-ଚୀନ ସୀମା ତିକ୍ତତା: ଭର୍ଚୁଆଲରେ ହେବ ଯୁଗ୍ମ ସଚିବସ୍ତରୀୟ ବୈଠକ

ଭାରତୀୟ ସେନା 14 କର୍ପସ କମାଣ୍ଡର ଲେଫ୍ଟ ଜେନେରାଲ ହରିନ୍ଦର ସିଂ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ଏହି ବୈଠକ କରିଥିଲେ। ଯାହା ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ହ୍ରାସ କରିବା ପାଇଁ ବର୍ଡର ପର୍ସନାଲ ମିଟିଂ ପଏଣ୍ଟରେ ପ୍ରାୟ 11 ଘଣ୍ଟା ଧରି ଚାଲିଥିଲା।

ଜୁନ୍ 15 ରେ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ହେବା ପରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା।

ସୂଚନା ଅନୁସାରେ, ଗଲୱାନ ଉପତ୍ୟକାରେ ହିଂସାତ୍ମକ ମୁକାବିଲାରେ ଭାରତ 20 ଜଣ ଯବାନ ଶହୀଦ ହୋଇଛନ୍ତି। ଏବଂ 10 ଜଣ ଭାରତୀୟ ଯବାନଙ୍କୁ ବନ୍ଦୀ କରି ରଖିବା ସହ ପରେ ମୁକ୍ତ କରିଥିଲେ। ଭାରତୀୟ ହସ୍ତକ୍ଷେପରୁ ଜଣାପଡିଛି ଯେ ଚୀନ୍ ପକ୍ଷରୁ 43 ଜଣ ଆହତ ହୋଇଛନ୍ତି ଏବଂହେଲେ ଚୀନ ତାର ନିଜ କିଛିଦିନର ନୀରବତା ପରେ 20 ସୈନ୍ୟ ମରିଥିବା ସ୍ପଷ୍ଟୋକ୍ତି ରଖଛି। ତେବେ ଭାରତ ଓ ଚୀନ ସୀମା ବିବାଦ ପରେ ଏହି ସମସ୍ୟାର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଏକାଧିକ ସ୍ତରରେ ଆଲୋଚନା ଚାଲିଛି।

ABOUT THE AUTHOR

...view details