ଲକ୍ଷ୍ନୌ: ଲକ୍ଷ୍ନୌରେ ଲୋକଭବନ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମା-ଝିଅଙ୍କ ମଧ୍ୟରୁ ମା'ର ମୃତ୍ୟୁ ହୋଇଛି । ଚିକିତ୍ସା ସମୟରେ ମହିଳାଙ୍କ ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଡ୍ରେନ୍ ବିବାଦରେ କିଛି ଲୋକ ମାଡ ମାରିଥିବା ଅଭିଯୋଗ କରି ମହିଳା ଜଣକ ନିଜ ଝିଅ ସହ ଲୋକଭବନ ସାମ୍ନାରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ମାମଲାରେ ପୋଲିସ ଏମଆଇଏମର ଆମେଠୀ ଜିଲ୍ଲା ଅଧ୍ୟକ୍ଷଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କଂଗ୍ରେସ ଓ ଏମଆଇଏମ ନେତା ମହିଳାଙ୍କୁ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଉକସାଉଥିବା ଅଭିଯୋଗ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମା'ର ମୃତ୍ୟୁ - lok bhawan
ଲକ୍ଷ୍ନୌରେ ଲୋକଭବନ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମା-ଝିଅଙ୍କ ମଧ୍ୟରୁ ମା'ର ମୃତ୍ୟୁ ହୋଇଛି । ଚିକିତ୍ସା ସମୟରେ ମହିଳାଙ୍କ ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଛି ।
ପ୍ରକାଶଥାଉକି, ନିକଟରେ ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଜଣେ ମହିଳା ଓ ତାଙ୍କ ଝିଅ ଆମେଠୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଝିଅ ଗୁରୁତର ଥିବାବେଳେ ଚିକିତ୍ସା ପରେ ମହିଳାଙ୍କର ମୃତ୍ୟୁ ହୋଇଛି ।
ଆତ୍ମହତ୍ୟା ଘଟଣାରେ ପୋଲିସ 4 ଜଣଙ୍କ ଉପରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ, ଏହି ମାମଲାରେ ଏମଆଇଏମ୍ ଜିଲ୍ଲା ଅଧ୍ୟକ୍ଷ କାଦିର ଖାନ, ଆମେଠୀ କଂଗ୍ରେସ ନେତା ଅନୁପ ପଟେଲଙ୍କ ନାମ ରହିଛି। ଏହା ବ୍ୟତୀତ ଆସମା ଓ ସୁଲତାନ ନାମକ ଆଉ 2 ଜଣଙ୍କ ନାମ ବାହାରକୁ ଆସିଛି । ପୋଲିସ ଆସମା ଓ କାଦିର ଖାନଙ୍କୁ ଗିରଫ କରିଛି।