ୱାଶିଂଟନ: ଆମେରିକୀୟ ଯବାନଙ୍କ ଭାରତ ପ୍ରେମ । ୱାଶିଂଟନର ଲୁଇସ ମେକକାର୍ଡରେ ଆମେରିକା ଓ ଭାରତୀୟ ସେନାଙ୍କ ଦ୍ୱାରା ମିଳିତ ସମରାଭ୍ୟାସରେ ବଜାଇଲେ ଭାରତୀୟ ଜାତୀୟ ସଙ୍ଗୀତ । ଆମେରିକା ସେନାର ଉଭୟ ମହିଳା ଓ ପୁରୁଷ ଯବାନ ଜନଗଣ ମନ ଧୁନରେ ଝୁମିଛନ୍ତି ।
‘ଜନଗଣ ମନ’ ଧୁନରେ ଆମେରିକୀୟ ଯବାନ - ‘ଜନଗଣ ମନ’ ଧୁନରେ ଆମେରିକୀୟ ଯବାନ
ଭାରତୀୟ ଜାତୀୟ ସଂଗୀତ ପ୍ରେମରେ ଆମେରିକୀୟ ସେନା ଯବାନ । ବ୍ୟାଣ୍ଡ ସହ ବଜାଇଲେ ‘ଜନଗଣ ମନଗଣ’ । ୱାଶିଂଟନର ଲୁଇସ ମେକକାର୍ଡ କ୍ୟାମ୍ପରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।
ଫାଇଲ ଫଟୋ
ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ । ଅତି ସୁନ୍ଦର ଭାବେ ଆମେରିକା ସେନା ବ୍ୟାଣ୍ଡ ସହ ଜନ ଗଣ ମନ ଗଣ ବଜାଇଥିଲେ ।
ଭାଇରାଲ ଭିଡିଓ
ପୂର୍ବରୁ ଭଭୟ ସେନା ଏକାଠି ଲଙ୍ଗର ଖାଇବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା । ବୁଧବାର ଏହି ମିଳିତ ସମରାଭ୍ୟାସ ଶେଷ ହୋଇଥିବା ଜଣାପଡିଛି।