ଓଡିଶା

odisha

ETV Bharat / bharat

ଭାରତରେ ୫.୪୮ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇବ ଆମେରିକୀୟ କମ୍ପାନୀ - କୋରୋନା

କୋରୋନା ସମୟରେ ଭାରତରେ ୫.୪୮ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇବ ଆମେରିକୀୟ କମ୍ପାନୀ । ଏନେଇ ସେଲଫୋର୍ସର ମୁଖ୍ୟ ଡାଟା ଅଧିକାରୀ ରେଜ ସମ୍ମିଳନୀରେ କହିଛନ୍ତି । ଅଧିକ ପଢନ୍ତୁ...

american company will give jobs to 545000 people in india
କୋରୋନା କାଳରେ ଭାରତରେ ୫.୪୮ଲକ୍ଷଙ୍କୁ ଚାକିରୀ ଯୋଗାଇବ ଆମେରିକୀୟ କମ୍ପାନୀ

By

Published : Oct 11, 2020, 2:21 PM IST

ନୂଆଦିଲ୍ଲୀ: କୋରୋନା ସମୟରେ ଭାରତରେ ୫.୪୮ଲକ୍ଷ ଲୋକଙ୍କୁ ଚାକିରୀ ଯୋଗାଇବ ଆମେରିକୀୟ କମ୍ପାନୀ । କମ୍ପାନୀ ଅନୁସାରେ ଜିଡିପି ମାମଲାରେ ଭାରତରେ ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାର କ୍ଷମତା ରହିଛି । ସେଲଫୋର୍ସର ମୁଖ୍ୟ ଡାଟା ଅଧିକାରୀ ରେଜ ସମ୍ମିଳନୀରେ କହିଥିଲେ ​‌ଯେ ପରୋକ୍ଷ ଭାବେ କମ୍ପାନୀ ଭାରତରେ ୧୩ଲକ୍ଷ ନିଯୁକ୍ତି ସୃଷ୍ଟି କରିବ।

ସେ କହିଛନ୍ତି ଯେ ତାଙ୍କ କମ୍ପାନୀ ଭାରତର ଅର୍ଥବ୍ୟବସ୍ଥାରେ କୋଟି କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି। ସେମାନେ ନିଜ ଗ୍ରାହକ ଏବଂ ଭାଗୀଦାରଙ୍କ ସହିତ ପରୋକ୍ଷ ଭାବେ ୧୩ଲକ୍ଷ ରୋଜଗାର ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଯେଉଁଠାରେ ପ୍ରତ୍ୟକ୍ଷ ଭାବେ ୫,୪୮,୦୦୦ ଲୋକଙ୍କୁ ରୋଜଗାର ଦିଆଯିବ। ସେଲଫୋର୍ସର ବଜାର ପୁଞ୍ଜୀକରଣ ପାଖାପାଖି ଆନୁମାନିକ ୨୪୦ ନିୟୁତ ଡଲାର। ସେହି ଅଧିକାରୀ ରେଜ ସମ୍ମିଳନୀରେ କହିଛନ୍ତି ଯେ ଆଗାମୀ ୧/୨ବର୍ଷରେ ସେମାନେ ୨,୫୦,୦୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାକୁ ପ୍ରତିଶ୍ରୁତିବଦ୍ଧ।

ସେ କହିଥିଲେ ଯେ ଭାରତରେ ପ୍ରତି ୩ ସେକେଣ୍ଡରେ ଜଣେ ନୂଆ ବ୍ୟକ୍ତି ଇଣ୍ଟରନେଟ୍ ସହ ଯୋଡ଼ି ହୋଇଥାଏ। ଏହାର ଅର୍ଥ ହେଉଛି ଯେ ଆଜି ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 60 କୋଟିରୁ ଏକ ନିୟୁତରୁ ଅଧିକରେ ପହଞ୍ଚିବାର ସମ୍ଭାବନା ରହିଛି। ଅର୍ଥାତ ଜିଡିପି ଦୃଷ୍ଟିରୁ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ତମ ଦେଶ ହେବ |

ABOUT THE AUTHOR

...view details