ଓଡିଶା

odisha

ETV Bharat / bharat

ଶନିଠାରୁ ଶହେ ଗୁଣ ଦ୍ରୁତ ଗତିରେ ଦୂରେଇ ଯାଉଛି ‘ଟାଇଟାନ', ସୌରମଣ୍ଡଳରେ ପଡିପାରେ ପ୍ରଭାବ - titan is moving away from saturn

ନାସା ଏବଂ ଇତାଲୱୀ ସ୍ପେସ ଏଜେନ୍ସିର ବୈଜ୍ଞାନିକ ଦାବି କରିଛନ୍ତି ଯେ ଶନି ଗ୍ରହର ଚନ୍ଦ୍ର (ଟାଇଟନ) ପୂର୍ବ ତୁଳନାରେ ଶହେ ଗୁଣ ଅଧିକ ଦୃତଗତିରେ ଶନି ଗ୍ରହଠାରୁ ଦୂରେଇ ଯାଉଛି । ଏପରି ହେବା ଦ୍ବାରା ଭବିଷ୍ୟତରେ ସୌରମଣ୍ଡଳରେ ପଡିପାରେ ପ୍ରଭାବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶନିଠାରୁ ଶହେ ଗୁଣ ଦ୍ରୁତ ଗତିରେ ଦୂରେଇ ଯାଉଛି ‘ଟାଇଟାନ'
ଶନିଠାରୁ ଶହେ ଗୁଣ ଦ୍ରୁତ ଗତିରେ ଦୂରେଇ ଯାଉଛି ‘ଟାଇଟାନ'

By

Published : Jun 15, 2020, 9:01 PM IST

ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ଏବଂ ଇତାଲୱୀ ସ୍ପେସ ଏଜେନ୍ସୀର ବୈଜ୍ଞାନିକ ଦାବି କରିଛନ୍ତି ଯେ ଶନି ଗ୍ରହର ଚନ୍ଦ୍ର (ଟାଇଟନ) ପୂର୍ବ ତୁଳନାରେ ଶହେ ଗୁଣ ଅଧିକ ଦୃତଗତିରେ ଶନି ଗ୍ରହଠାରୁ ଦୂରେଇ ଯାଉଛି । ଯଦି ଟାଇଟନର ଗତି ଏପରି ହାରରେ ବଢି ଚାଲିବ ତେବେ ଏହାର ପ୍ରଭାବ ଶନି ପ୍ଲାନେଟୋରୀ ସିଷ୍ଟମ ଏବଂ ସୌରମଣ୍ଡଳ ଉପରେ ପଡିବ ।

ନେଚର ଏଷ୍ଟ୍ରୋନମୀ ନାମକ ଏକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଶନି ଗ୍ରହ ବ୍ୟତୀତ ପୃଥିବୀର ଚନ୍ଦ୍ର ମଧ୍ୟ ପ୍ରତିବର୍ଷ ପୃଥିବୀଠାରୁ 1.5 ଇଞ୍ଚ ଦୂରେଇ ଯାଉଛି । କିନ୍ତୁ ଟାଇଟାନ ନିଜ ଗ୍ରହ ଠାରୁ ଦୂରେଇ ଯିବାର ଗତି ଯଥେଷ୍ଟ ବୃଦ୍ଧି ପାଇଛି । ଗ୍ରହରେ ଚନ୍ଦ୍ରର ମାଧ୍ୟାକର୍ଷଣ ହେତୁ ଏପରି ହେଉଛି । ଏହାଦ୍ବାରା ଗ୍ରହରେ ଏକ ଅସ୍ଥାୟୀ ବଳୟ ସୃଷ୍ଟି କରେ ଏବଂ ଏହା ଦ୍ବାରା ଉତ୍ପନ୍ନ ଶକ୍ତି ଚନ୍ଦ୍ରକୁ ଆହୁରି ଦୂରକୁ ଠେଲିଦିଏ । ନାସା ଅନୁଯାୟୀ, ଟାଇଟାନର ସ୍ଥାନାନ୍ତରଣ ହାର ପ୍ରତିବର୍ଷ ପ୍ରାୟ ଚାରି ଇଞ୍ଚ ସହିତ ସମାନ । ଶନି ହେଉଛି ଏକମାତ୍ର ଗ୍ରହ ଯେଉଁଥିରେ ନଦୀ ଓ ହ୍ରଦ ପୃଥିବୀ ପରି ବିଦ୍ୟମାନ । ଶନିରେ 80 ରୁ ଅଧିକ ଉପଗ୍ରହ ଅଛନ୍ତି, ଯେଉଁଥିରୁ ଟାଇଟାନ ସବୁଠାରୁ ବଡ ଉପଗ୍ରହ ଅଟେ ।

କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସହକାରୀ ପ୍ରଫେସର ଲାନିଙ୍କ ସିଦ୍ଧାନ୍ତରେ କୁହାଯାଇଛି ଯେ ଗ୍ରହମାନଙ୍କ ଉଭୟ ଭିତର ଓ ବାହାର ଚନ୍ଦ୍ରର ଦୂରତା ସମାନ ହାରରେ ରହିବା ଦରକାର । ଗ୍ରହମାନଙ୍କ ଗତିବିଧି ହେତୁ ଉଭୟ ଗ୍ରହ ଏବଂ ଉପଗ୍ରହର କକ୍ଷପଥରେ ଫସି ରହିଥାନ୍ତି । ଏଥିରୁ ବାହାରି ପାଇଁ ଉପଗ୍ରହଟି ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଦୂରକୁ ଠେଲି ହୋଇଯାଏ । ଫଳରେ ଉପଗ୍ରହର ଦୂରତା ଗ୍ରହଠାରୁ ଦୂରେଇ ଯାଏ । ଏହି ସିଦ୍ଧାନ୍ତ ମଧ୍ୟ ଦୀର୍ଘ ଦିନର ବିଶ୍ବାସକୁ ବଦଳାଇ ଦେଇଛି ଯେ ବାହ୍ୟ ଚନ୍ଦ୍ର ଭିତର ଚନ୍ଦ୍ର ଅପେକ୍ଷା ବହୁତ ଧୀରେ ଗତି କରେ ।

ଚନ୍ଦ୍ରର ଗ୍ରହଠାରୁ କ୍ରମାଗତ ଦୂରତା ହେତୁ ଆଗାମୀ 50 ବିଲିୟନ ବର୍ଷ ପରେ ଚନ୍ଦ୍ରର କକ୍ଷପଥ ବହୁତ ବଡ ହେବ ଏବଂ କିଛି ସମୟ ପରେ ଏହା ବିସ୍ତାର ହେବା ବନ୍ଦ କରିବ । ଯଦି ଆମେ ପୃଥିବୀ ବିଷୟରେ କଥା ହେବା, ତେବେ ଚନ୍ଦ୍ର ପୃଥିବୀ ଚାରିପଟେ ଘୂରି ବୁଲିବାକୁ ଏବଂ ନିଜ କକ୍ଷ ଚାରିପଟେ ପରିକ୍ରମା କରିବାକୁ ଅନେକ ଦିନ ନେଇଯିବ । ଏପରି ହେବା ଦ୍ବାରା ଦିନରାତି ସମୟ ଉପରେ ପ୍ରଭାବ ପକାଇବ ଏବଂ ଜୁଆର ହ୍ରାସ ପରି ଉଭୟ ପରସ୍ପର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ କୌଣସି ଗ୍ରହଠାରୁ ଉପଗ୍ରହ ଦୂରେଇ ଯିବା ମାନେ ସୌରମଣ୍ଡଳରେ ଏହାର ପ୍ରଭାବ ପକାଇବା ସୁନିଶ୍ଚିତ ।

ବୈଜ୍ଞାନିକମାନଙ୍କ କହିବା କଥା ହେଲା ଯେତେବେଳେ ଚନ୍ଦ୍ର ସୃଷ୍ଟି ହେଲା, ପୃଥିବୀର ଦିନ ମାତ୍ର ପାଞ୍ଚ ଘଣ୍ଟା ହେଉଥିଲା । ଚନ୍ଦ୍ର ହେତୁ 4.5 ବିଲିୟନ ବର୍ଷ ପରେ ପୃଥିବୀର 24 ଘଣ୍ଟିଆ ଦିନ ଆରମ୍ଭ ହେଲା । ବୈଜ୍ଞାନିକଙ୍କ ଅନୁଯାୟୀ, 4.5 ବିଲିୟନ ବର୍ଷ ପୂର୍ବେ ଯଦି ପୃଥିବୀ ଗୋଟିଏ ବସ୍ତୁ ସହିତ ଧକ୍କା ହୋଇନଥାନ୍ତା ତେବେ ବୋଧହୁଏ ପୃଥିବୀର କେବେବି କୌଣିସି ଚନ୍ଦ୍ର ହୋଇନଥାନ୍ତା ।

ଚନ୍ଦ୍ରର ମାଧ୍ୟାକର୍ଷଣ ହେତୁ ଏକ ପ୍ରକ୍ରିୟା ହୁଏ । ଏହି କାରଣରୁ ପୃଥିବୀ ମହାସାଗରରେ ଜୁଆର ଏବଂ ଭଟ୍ଟା ହେଉଛି । ଏହି ଶକ୍ତି ହେତୁ ପୃଥିବୀ ଫୁଲିଯାଏ ଏବଂ ପରେ ନିଜ ଆକାରକୁ ପୁଣି ଫେରିଆସେ । ପୃଥିବୀର ମାଧ୍ୟାକର୍ଷଣ ହେତୁ ଚନ୍ଦ୍ର ସାମାନ୍ୟ ଶକ୍ତି ଅନୁଭବ କରେ ।

ABOUT THE AUTHOR

...view details