ନୂଆଦିଲ୍ଲୀ: ଭାରତୀୟ ସେନା ଶିବିର ଉପରେ ଏଫ-16 ଯୁଦ୍ଧବିମାନ ସହାୟତାରେ ଆକ୍ରମଣ କରିଥିଲା ପାକିସ୍ତାନୀ ବାୟୁସେନା। ମାତ୍ର ଏହାକୁ ଖଣ୍ଡନ କରିଛି ପାକିସ୍ତାନ। ନିଜର ଅନ୍ୟତମ ବନ୍ଧୁ ପାକିସ୍ତାନ ସତ ନା ମିଛ କହୁଛି ସେ ନେଇ ଖୋଳତାଡ କରୁଛି ଆମେରିକା। ଭାରତୀୟ ସେନା ପକ୍ଷରୁ କୁହାଯାଉଛି ଯେ, ପାକିସ୍ତାନ ବୁଧବାର ଭାରତୀୟ ବାୟୁସେନାକୁ ଟାର୍ଗେଟ କରି ଏଫ-16 ଯୁଦ୍ଧ ବିମାନ ବ୍ୟବହାର କରିଥିଲା।
ସେନା ଶିବିର ଉପରେ କରାଯାଇଥିବା ଆକ୍ରମଣରେ ଏଫ-16 ସାମିଲ ଥିଲା ବୋଲି ଭାରତର 3 ସେନା ପକ୍ଷରୁ ପ୍ରମାଣ ଦିଆଯାଇଛି। ସୂଚନା ଥାଉକି ପାକିସ୍ତାନ ଏଫ-16 ଯୁଦ୍ଧ ବିମାନର ବ୍ୟବହାରକୁ ନେଇ ଆମେରିକା ପାକିସ୍ତାନ ସହ କିଛି ସର୍ତ୍ତ ରଖିଥିଲା। ଏହି ମାମଲାକୁ ନେଇ ପାକିସ୍ତାନ ବାରମ୍ବାର ମିଛ କହୁଛି। ଏହାର ସର୍ତ୍ତ ଥିଲା ଯେ ପାକିସ୍ତାନ ଆତଙ୍କୀ ଅଭିଯାନ ଏବଂ ନିଜର ସୁରକ୍ଷା ପାଇଁ ହିଁ ଏହି ଯୁଦ୍ଧ ବିମାନ ବ୍ୟବହାର କରିପାରିବ। ନିଜର ସାମରିକ ଗତିବିଧି ବଢାଇବା ପାଇଁ ଏହାକୁ ବ୍ୟବହାର କରିପାରିବ ନାହିଁ।