ଓଡିଶା

odisha

ETV Bharat / bharat

ବାଲ୍ୟ ବିବାହ ଆଇନରେ ହେବ ସଂଶୋଧନ ! - ବାଲ୍ୟ ବିବାହ ଆଇନରେ ସଂଶୋଧନ

ବାଲ୍ୟ ବିବାହ ଆଇନରେ ସଂଶୋଧନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ଅଧିକ ପଢ଼ନ୍ତୁ...

Protection of Children from Sexual Offences (POCSO) Act,  Union Minister for Women and Child Development Smriti Irani , ବାଲ୍ୟ ବିବାହ ଆଇନରେ ସଂଶୋଧନ, ମହିଳା ଓ ଶିଶୁ ବିକାଶ  ମନ୍ତ୍ରୀ ସ୍ମୃତି ଇରାନି
ବାଲ୍ୟ ବିବାହ ଆଇନରେ ହେବ ସଂଶୋଧନ !

By

Published : Nov 26, 2019, 1:24 PM IST

ନୂଆଦିଲ୍ଲୀ: ବାଲ୍ୟ ବିବାହ ଆଇନରେ ସଂଶୋଧନ ହେବା ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଈରାନି । ସେ କହିଛନ୍ତି ଯେ ‘ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ (POCSO) ଆକ୍ଟ ଯେପରି ବାଧ୍ୟତାମୂଳକ ହୋଇଛି, ବାଲ୍ୟ ବିବାହ ଆଇନ ସେପରି ହୋଇନାହିଁ । ତେଣୁ ଏହି ଆଇନରେ ଆମେ ସେ ପ୍ରକାର ନିୟମ ଲାଗୁ କରିବା ନେଇ ଚିନ୍ତା କରୁଛୁ ଓ ଆଇନରେ ସଂଶୋଧନ ଆଣିବା ଦିଗରେ ଚର୍ଚ୍ଚା କରୁଛୁ ।

ବାଲ୍ୟ ବିବାହ ଆଇନରେ ହେବ ସଂଶୋଧନ !

ଭାରତରେ ଶୀଘ୍ର ବିବାହ ପ୍ରଥା ଉପରେ ସ୍ମୃତି କହିଛନ୍ତି ଯେ, ‘ତଥ୍ୟରୁ ଜଣା ପଡିଛି ଯେ, 21 ପ୍ରତିଶତ 18 ବର୍ଷରୁ କମ ଭାରତୀୟ ଝିଅ ଗର୍ଭବତୀ ହୁଅନ୍ତି । ତେଣୁ ଆମେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରୁଛୁ।’

25 ନଭେମ୍ବରରୁ ନୂଆଦିଲ୍ଲୀ ଠେରେ ଆୟୋଜିତ ହୋଇଥିବା ଦୁଇଦିନିଆ ‘ Northern Regional Workshop on Best Practices and Innovations from Poshan Abhiyan’ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଇରାନି କହିଛନ୍ତି ଯେ, ‘ପୋକ୍ସୋ(POCSO) ଆକ୍ଟରେ ଯେପରି ବାଧ୍ୟତାମୂଳକ ରିପୋର୍ଟିଂର କ୍ଲଜ ରହିଥିବା କାରଣରୁ ଅନେକ ମାମଲା ସାମ୍ନାକୁ ଆଶି ପାରିଛି । ଯାହାଫଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ପାରିଛି । ତେଣୁ ବାଲ୍ୟ ବିବାହ ଆଇନରେ ମଧ୍ୟ ଏପରି କିଛି ସୁଧାର ହେବାର ଆବଶ୍ୟକତା ରହିଛି । ଆମର ସବୁଠାରୁ ବଡ଼ ଚିନ୍ତା ହେଉଛି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବସବାସ କରୁଥିବା 21 ପ୍ରତିଶତ ଝିଅ 18 ବର୍ଷରୁ କମ ବୟସରେ ଗର୍ଭବତୀ ହେଉଛନ୍ତି ।’

ବାଲ୍ୟ ବିବାହ ଆଇନରେ କେଉଁ ସଂଶୋଧନ ସବୁ କରାଯାଇ ପାରିବ ସେନେଇ ସ୍ମୃତି କହିଛନ୍ତି ଯେ, ‘18 ବର୍ଷରୁ କମ ବୟସର ଝିଅର ବିବାହରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ପ୍ରାବଧାନ ରହିବା ନେଇ ମନ୍ତ୍ରଣାଳୟ ଚିନ୍ତା କରୁଛି ।’

ସୂଚନା ଯୋଗ୍ୟ ଯେ, 1929ର ବାଲ୍ୟ ବିବାହ ନିରୋଧକ ଆଇନରେ ସଂଶୋଧନ କରି 2006 ମସିହାରେ ବାଲ୍ୟ ବିବାହ ନିଷେଧ ଆଇନ ଲାଗୁ କରାଯାଇଥିଲା । ଏହାସହ ସ୍ମୃତି ସୂଚନା ଦେଇଛନ୍ତି ଯେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିତି ଆୟୋଗକୁ ଅନୁରୋଧ କରିଛି ମହିଳା ଓ ଶିଶୁଙ୍କର ‘ସରଳ ଜୀବନ ଯାପନ’ ତଥ୍ୟକୁ ବଜାୟ ରଖନ୍ତୁ । ଏହାସହ ସେହି ତଥ୍ୟ ଉପରେ ଆଧାର କରି ପ୍ରତିଟି ରାଜ୍ୟକୁ ଗ୍ରେଡ ଦିଆଯାଉ ବୋଲି ଆମେ ଆୟୋଗକୁ ଅନୁରୋଧ କରିଛୁ । କାରଣ ଏପରି ତୁଳନାତ୍ନକ ବିଶ୍ଲେଷଣ ଶାସନକୁ ପ୍ରୋତ୍ସାହିତ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details