ପାଟଣା: ବିହାର ନାଳନ୍ଦାର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ଜଣେ ରୋଗୀଙ୍କ ସମେତ ତାଙ୍କ ପରିବାରର 4ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି । ତେବେ ଚଣ୍ଡୀ ଥାନା ଅନ୍ତର୍ଗତ ଗୌଡ଼ାପର ଅଞ୍ଚଳରେ ଛିଡା ହୋଇଥିବା ଏକ ଟ୍ରକକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଗୋଟିଏ ପରିବାରର 4 ମୃତ, 3 ଆହତ - ବିହାର ନାଳନ୍ଦାର ଜାତୀୟ ରାଜପଥ
ବିହାର ନାଳନ୍ଦାର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ଜଣେ ରୋଗୀଙ୍କ ସମେତ ତାଙ୍କ ପରିବାରର 4ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି । ତେବେ ଡ୍ରାଇଭର ନିଶାରେ ଦ୍ରୁତ ଗତିରେ ଆମ୍ବୁଲାନ୍ସ ଚଲାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
![ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଗୋଟିଏ ପରିବାରର 4 ମୃତ, 3 ଆହତ ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ଗୋଟିଏ ପରିବାରର 4 ମୃତ, 3 ଆହତ](https://etvbharatimages.akamaized.net/etvbharat/prod-images/768-512-01:41:17:1599466277-r-0709newsroom-1599466258-910.jpg)
ସୂଚନାମୁତାବକ, ଚୈନପୁରା ଗାଁର ବିରୁ ପାଶୱାନଙ୍କ ସ୍ତ୍ରୀ ଶୋଭା ଦେବୀ ରବିବାର ବିଳମ୍ବିତ ରାତିରେ ଛାତରୁ ପଡିଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିମ୍ସ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ବିମ୍ସ ନ ନେଇ ପାଟନା ନେଇ ଯାଉଥିଲେ ବୋଲି ଆହତ ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି । ମୃତ୍ୟୁ ହୋଇଥିବା 4 ଜଣ ହେଉଛନ୍ତି, ଶୋଭା ଦେବୀ, ତାଙ୍କ ସ୍ୱାମୀ ବିରୁ ପାଶୱାନ ଏବଂ ତାଙ୍କ ସମ୍ପର୍କୀୟ ସୁଦାମା ପାସୱାନ ଏବଂ ଆଶା ଦେବୀଙ୍କ ସମେତ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର ପାସୱାନ, ସରିତା ଦେବୀ ଏବଂ ସାନସର ଦେବୀ ଆହତ ହୋଇଛନ୍ତି।
ଆହତମାନେ ଅଭିଯୋଗ କରିଛନ୍ତି ଯେ ଡ୍ରାଇଭର ନିଶାରେ ଥିଲା ଓ ଦ୍ରୁତ ଗତିରେ ଆମ୍ବୁଲାନ୍ସ ଚଲାଉଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଚଣ୍ଡୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ବିହାର ସରିଫ ସଦର ହସ୍ପିଟାଲ ନେଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି ।