ଓଡିଶା

odisha

ETV Bharat / bharat

ଦିଲ୍ ଚୋରି କଲା ପାକିସ୍ତାନୀ ଝିଅ

ଏବେ ଭାରତ ପାକିସ୍ତାନ ସମ୍ପର୍କକୁ ନେଇ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି, ସେ କଥା କାହାକୁ ବା ଅଛପା। ଆକ୍ରମଣ ପ୍ରତିଆକ୍ରମଣ, ତର୍କ ବିତର୍କରେ ଛନ୍ଦି ହୋଇପଡିଛି ଏହି ଦୁଇ ଦେଶର ସମ୍ପର୍କ।

By

Published : Mar 10, 2019, 2:53 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଚଣ୍ଡିଗଡ: ଏବେ ଭାରତ ପାକିସ୍ତାନ ସମ୍ପର୍କକୁ ନେଇ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି, ସେ କଥା କାହାକୁ ବା ଅଛପା। ଆକ୍ରମଣ ପ୍ରତିଆକ୍ରମଣ, ତର୍କ ବିତର୍କରେ ଛନ୍ଦି ହୋଇପଡିଛି ଏହି ଦୁଇ ଦେଶର ସମ୍ପର୍କ। କଥାରେ ଅଛି ସମ୍ପର୍କ ସୁଦୃଢ କରିବାକୁ ହେଲେ ଦରକାର ଥାଏ ଅସୁମାରୀ ପ୍ରେମ। ଆଉ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ। ଗୋଟିଏ ପଟେ ଦେଶ ଦେଶ ମଧ୍ୟରେ ଲଢେଇ ଚାଲୁଥିବାବେଳେ ପ୍ରେମ ଓ ଶାନ୍ତିର ବାର୍ତ୍ତା ନେଇ ହରିୟାଣା ପୁଅ ଧରିଛି ପାକିସ୍ତାନୀ ଝିଅର ହାତ।

ଏଘଟଣା ହେଉଛି ପଟିଆଲା ଅଞ୍ଚଳର। 2014 ମସିହାରେ ହୋଇଥିବା ପ୍ରଥମ ଦେଖାରେ ମନ ଦିଆ ନିଆ ହୋଇଥିଲେ ପରବିନ୍ଦର ଓ ସରଜିତ। ସରଜିତଙ୍କ ପରିବାର ପାକିସ୍ତାନରେ ରୁହନ୍ତି। ତେବେ ସରଜିତ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ପରବିନ୍ଦରଙ୍କ ସହ ତାଙ୍କର ଦେଖା ହୋଇଥିଲା। ଆଉ ସେବେଠାରୁ ସବୁ ପ୍ରତିବନ୍ଧକକୁ ଏଡାଇ ପ୍ରେମର ରାସ୍ତାରେ ଆଗକୁ ଆଗକୁ ଚାଲିଥିଲେ ଏମାନେ।

କିଛି ବର୍ଷର ସମ୍ପର୍କ ପରେ ଦୁହେଁ ଦୁହିଁଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି। ପାକିସ୍ତାନୀ ଝିଅର ମନ ଜିଣି ନିଜ ଜୀବନ ସାଥୀ କରଛନ୍ତି ପରବିନ୍ଦର। ତେବେ ସମସ୍ତେ ଏହି ବିବାହକୁ ଗ୍ରହଣ କରିବା ସହ ଆଶୀର୍ବାଦ ମଧ୍ୟ କରିଛନ୍ତି।

ପରିବାର ଓ ସମ୍ପର୍କୀୟଙ୍କ କହିବା କଥା, ଏହି ବିବାହ କେବଳ ଭାଇଚାରା ନୁହେଁ, ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନା ପାଇଁ ଏକ ଉଦାହରଣ ପାଲଟିବ ନିଶ୍ଚିତ।

ABOUT THE AUTHOR

...view details