ଓଡିଶା

odisha

ETV Bharat / bharat

‘ସ୍କୁଲ ଫ୍ରମ ହୋମ’ ଷ୍ଟୋର୍ ଲଞ୍ଚ କରିବ ଆମାଜନ - ଆମାଜନ

ଗୁରୁବାର ଇ-କମର୍ସ ଗିଆଣ୍ଟ ଆମାଜନ.ଇନ୍ ନିଜ ପ୍ଲାଟଫର୍ମରେ ‘ସ୍କୁଲ ଫ୍ରମ ହୋମ’ଷ୍ଟୋର୍ ଲଞ୍ଚ କରିବାକୁ ଘୋଷଣା କରିଛି।

'school from home'
‘ସ୍କୁଲ ଫ୍ରମ ହୋମ’ ଷ୍ଟୋର୍ ଲଞ୍ଚ କରିବ ଆମାଜନ

By

Published : Jun 11, 2020, 4:59 PM IST

ବେଙ୍ଗାଲୁରୁ: ‘ସ୍କୁଲ ଫ୍ରମ ହୋମ’ ଲଞ୍ଚ କରିବ ଇ-କମର୍ସ ଜିଆଣ୍ଟ ଆମାଜନ.ଇନ୍ । ଗୁରୁବାର ଅନଲାଇନ ସପିଂ ସାଇଟ ଆମାଜନ ଇନ୍ ନିଜ ପ୍ଲାଟଫର୍ମରେ ‘ସ୍କୁଲ ଫ୍ରମ ହୋମ’ଷ୍ଟୋର୍ ଲଞ୍ଚ କରିବାକୁ ଘୋଷଣା କରିଛି। ନୂଆ ଷ୍ଟୋର ଲାଇଭ୍ ଅଟେ ଏବଂ ଏହା ଘରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଆଇଟମ୍ ନେଇ ଆସିବ ।

ଅଭିଭାବକ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାଠପଢା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ, ଷ୍ଟେସନାରୀ, ଲାପଟପ୍, ଟାବଲେଟ୍ ଏବଂ ପିସି, ହେଡସେଟ୍ ଏବଂ ସ୍ପିକର, ପ୍ରିଣ୍ଟର୍ ଏବଂ ଘର ସଜା ଆଦି ବିଭିନ୍ନ ପ୍ରକାରର ଜିନିଷ ଷ୍ଟୋରରେ ଉପଲବ୍ଧ ଅଟେ ।

କମ୍ପାନୀ ଅନୁଯାୟୀ, ବର୍ତ୍ତମାନ ଆମାଜନ.ଇନ୍‌ ସର୍ଚ୍ଚ ଟ୍ରେଣ୍ଡରେ ଘରୋଇ ଏବଂ ସ୍କୁଲ ଫ୍ରମ ହୋମ ଜିନିଷ ଯେପରିକି ହେଡଫୋନ୍ ଏବଂ ଇୟରଫୋନରେ 1.7 x ବୃଦ୍ଧି, ଲାପଟପ୍ ଏବଂ ଟାବଲେଟ୍ ପାଇଁ 2 xରୁ ଅଧିକ, ଷ୍ଟେସନାରୀ ପାଇଁ ପ୍ରାୟ 1.2 x ପରି କାମ ପାଇଁ ସର୍ଚ୍ଚରେ ବୃଦ୍ଧି ଘଟିଛି।

ଏହି ସର୍ଚ୍ଚ ଟ୍ରେଣ୍ଡରେ ମାଉସ ଏବଂ କିବୋର୍ଡ ପାଇଁ 2 xରୁ ଅଧିକ, ପ୍ରିଣ୍ଟର ପାଇଁ 1.3 x, ରାଉଟର ପାଇଁ 3 xରୁ ଅଧିକ ଏବଂ ଷ୍ଟଡି ଟେବୁଲ ପାଇଁ 2.5 x ବୃଦ୍ଧି ହୋଇଛି । ଅଭିଭାବକଙ୍କ ପାଇଁ ସପିଙ୍ଗ୍ ଅଭିଜ୍ଞତାକୁ ସହଜ କରିବା ପାଇଁ ଷ୍ଟୋରରେ ଏକ ନିର୍ଦ୍ଦିଷ୍ଟ ଭିତ୍ତିରେ ସୃଷ୍ଟି କରାଯାଇଛି |

ଗ୍ରାହକମାନେ ସ୍କୁଲ ଫ୍ରମ ହୋମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ପଠା ବହି ଏବଂ ଷ୍ଟଡି ଗାଇଡ୍, ଷ୍ଟେସନାରୀ, ଅତ୍ୟାବଶ୍ୟକୀୟ ଲେଖା, ଲାପଟପ୍ ଏବଂ ଅନ୍ୟାନ୍ୟ ଜିନିଷରେ ଲାଭ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details