ନୂଆଦିଲ୍ଲୀ: ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଆଲେକ୍ସା ଆପ୍ ବ୍ୟବହାରକାରୀଙ୍କୁ ମିଳିବାରେ ଆମାଜନ ପକ୍ଷରୁ କିଛି ନୂଆ ଉପହାର । ଆଲେକ୍ସା ଆପ୍ରେ କିଛି ନୂଆ ଅପଡେଟ ୟୁଜର୍ସଙ୍କୁ ଭେଟି ଦେବା ପାଇଁ ଘୋଷଣା କରିଛି ଆମାଜନ । ଏନେଇ ୟୁଜର୍ସଙ୍କ ପାଇଁ ନୂଆ ହୋମ ସ୍କ୍ରିନ ଡିଜାଇନ ଆଣୁଛି ଆମାଜନ । ଯେଉଁଥିରେ ଅପଡେଟେଡ ନାଭିଗେସନ ପରି ସୁବିଧା ଉପଲବ୍ଧ ରହିବ । ଏହାଦ୍ବାରା ୟୁଜର୍ସ କମ ସମୟ ମଧ୍ୟରେ ନିଜ କାର୍ଯ୍ୟ ସମ୍ପାଦନ କରିପାରିବେ ।
ଆଲେକ୍ସା ଆପ୍ରେ ଆମାଜନ ନୂଆ ଅପଡେଟେଡ ନାଭିଗେସନ ଓ ହୋମ ସ୍କ୍ରିନ ଡିଜାଇନ
ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଆଲେକ୍ସା ଆପ୍ ବ୍ୟବହାରକାରୀଙ୍କୁ ମିଳିବାରେ ଆମାଜନ ପକ୍ଷରୁ କିଛି ନୂଆ ଉପହାର । ଆଲେକ୍ସା ଆପ୍ରେ କିଛି ନୂଆ ଅପଡେଟ ୟୁଜର୍ସଙ୍କୁ ଭେଟି ଦେବା ପାଇଁ ଘୋଷଣା କରିଛି ଆମାଜନ ।
ଏହି ନୂଆ ହୋମ ସ୍କ୍ରିନ ଡିଜାଇନ ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ରୋଲ ଆଉଟ ହେବାର ସୂଚନା ରହିଛି । ତେବେ ଏହି ନୂଆ ଅପଡେଟ ଦ୍ବାରା ୟୁଜର୍ସ ବାରମ୍ବାର ବ୍ୟବହୃତ ହେଉଥିବା ଆପ୍କୁ ସିଧାସଳଖ ହୋମ ସ୍କ୍ରିନରୁ ଅପରେଟ କରିପାରିବେ । ଏନେଇ କମ୍ପାନୀ ଅଫିସିଆଲ ଘୋଷଣା କରି କହିଛି କି ବିଶ୍ବବ୍ୟାପୀ ରହିଥିବା ଆଲେକ୍ସ ଆପ୍ ୟୁଜର୍ସଙ୍କ ପାଇଁ କମ୍ପାନୀ ଆଗାମୀ ମାସ ସୁଦ୍ଧା ନୂଆ ଅପଡେଟ ରୋଲ ଆଉଟ କରିବ । ତେବେ ନୂଆ ୟୁଜର୍ସ ଏହି ସୁବିଧା ପାଇବାକୁ ଚାହୁଁଥିଲେ ଆପଲ ଆପ୍ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରୁ ଆଲେକ୍ସା ଆପ୍ ଡାଉନଲୋଡ କରିପାରିବେ ।
- ନୂଆ ଅପଡେଟ ପରେ ୟୁଜର୍ସ ହୋମ ସ୍କ୍ରିନରେ ପର୍ସନାଲାଇଜ୍ଡ ସଜେସନ ପାଇପାରିବେ । ୟୁଜର୍ସଙ୍କ ପସନ୍ଦ ମୁତାବକ ଏହି ସଜେସନ ମିଳିବ ।
- ହୋମ ସ୍କ୍ରିନର ଟପ୍ରେ ୟୁଜର୍ସ ଆଲେକ୍ସ ବଟନ ପାଇପାରିବେ ।
- ଜଣେ ଚାହିଁଲେ ହ୍ୟାଣ୍ଡସ-ଫ୍ରିର ଅନୁଭବ ମଧ୍ୟ ପାଇପାରିବେ । ଏଥିପାଇଁ ସ୍କ୍ରିନରେ ଆପ୍ ଓପନ ହେବା ପରେ ଭଏସ କମାଣ୍ଡ ଦେବାକୁ ପଡିବ ।
- ନୂଆ ୟୁଜର୍ସଙ୍କୁ ସାହାଯ୍ୟ କରିବା ପାଇଁ ଆପ୍ରେ ମିଳିପାରିବ ସମସ୍ତ ସହଯୋଗ ।
- ଅପଡେଟ ପରେ ୟୁଜର୍ସ ଚାହିଁଲେ ମୋର ଅପ୍ସନକୁ ଯାଇ ରିମାଇଣ୍ଡର୍ସ, ରୁଟିନ୍ସ, ସ୍କିଲ୍ସ, ସେଟିଂ ଓ ଅନ୍ୟନ୍ୟା ଅପ୍ସନ ଅପରେଟ କରିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ