ଓଡିଶା

odisha

ETV Bharat / bharat

ସୋୟାବିନରେ ରହିଛି ଏହି ଚମତ୍କାରୀ ଗୁଣ, ପଢନ୍ତୁ... - ସୋୟାବିନରେ ରହିଛି ଭରପୁର ପ୍ରୋଟିନ

ସୋୟାବିନରେ ଭରି ରହିଛି କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ସଲଫେଟ ଓ ଅନେକ ପ୍ରୋଟିନ। ଯାହା ଖାଇବା ଦ୍ବାରା ଆମ ଶରୀରର ଅନେକ ରୋଗ ଭଲ ହୋଇଥାଏ।

soyabean
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Dec 22, 2019, 4:47 PM IST

ହାଇଦ୍ରାବାଦ: ସୁସ୍ଥ ଓ ସ୍ବାସ୍ଥ୍ୟ ପାଇଁ କୌଣସି ଖାଦ୍ୟର ନାଁ ସାମ୍ନାକୁ ଆସିଥାଏ ସେଥିମଧ୍ୟରୁ ସୋୟାବିନ ନାଁ ନିଶ୍ଚୟ ରହିଥାଏ। ଏଥିରେ ପ୍ରୋଟିନ ସହ ଲିପିଡ, ଫାଇବର ଓ ଆଇସୋଫ୍ଲୋବନ୍ସ ରହିଥାଏ। ପ୍ରୋଟିନରେ ଭରପୁର ସୋୟାବିନ ସ୍ବାସ୍ଥ୍ୟ, ହରମୋନ ଅସନ୍ତୁଳନ, ପାଚନ ସମ୍ଭଦ୍ଧିତ ଅସୁବିଧା ଓ ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ। ଏକ ସୁସ୍ଥ ଓ ସ୍ବାସ୍ଥ୍ୟକର ଶରୀର ପାଇଁ ସୋୟାବିନ ଅତି ଲାଭଦାୟକ ଖାଦ୍ୟ।

ସୋୟାବିନରେ ପାଇଟୋକେମିକାଲସ ଏଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହାଦ୍ବାରା ମଧୁମେହ(ଡାଇବେଟିସ) ପୀଡିତ ଲୋକଙ୍କୁ ଅକ୍ସିଡେଟିବ କ୍ଷତିରୁ ରକ୍ଷା କରିଥାଏ। ଏଥିରେ ଥିବା ଅନସୈଚରେଟେଡ ଫ୍ୟାଟସ ଖରାପ କୋଲେଷ୍ଟ୍ରୋଲ ମାତ୍ରାକୁ କମ କରିଥାଏ । ଯାହା ଦ୍ବାରା ହୃଦୟ ସମ୍ପର୍କିତ ରୋଗ କମ ହୋଇଥାଏ।

ବର୍ତ୍ତମାନ ସମୟରେ କେଶ ଜନିତ ସମସ୍ୟା ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ଚିନ୍ତିତ ରହୁଛନ୍ତି ଯୁବପିଢି। ସୋୟାବିନ କେଶ ପାଇଁ ବେଶ ଲାଭଦାୟକ। କେଶ ବୃଦ୍ଧି ପାଇଁ ଆଇରନ, ସଲଫର, ଜିଙ୍କ ଓ ଖଣିଜର ଆବଶ୍ୟକତା ରହିଥାଏ। ସୋୟାବିନରେ ପ୍ରୋଟିନ ଓ ଖଣିଜ ଭରପୁର ରହିଛି। ଏହାକୁ ସେବନ କରିବା ଦ୍ବାରା କେଶ ମଜବୁତ ହେବା ସହ ସିଲ୍କ ମଧ୍ୟ ରହିଥାଏ।

ସୋୟାବିନ ଖାଇବା ଦ୍ବାରା ଶରୀରର ଅସ୍ଥି ମଜ୍ଜା ମଜଭୁତ ରହିଥାଏ। ଏହା ଆଷ୍ଟିୟୋପୋରୋସିସ ଭଳି ସମସ୍ୟାକୁ ସମୂଳେ ନାଶ କରିଥାଏ। ଏହି ରୋଗ ବୟସ ବୃଦ୍ଧି ହେବା ସହ ଦେଖାଯାଇଥାଏ। ହେଲେ ସୋୟାବିନ ଖାଇବା ଦ୍ବାରା ଏହା ଦେଖା ଯାଇନଥାଏ।

ABOUT THE AUTHOR

...view details