ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ବନ୍ଦ ଯୋଗୁଁ ରାଜ୍ୟରେ ଫସି ରହିଥିବା ଅନ୍ୟ ରାଜ୍ୟରୁ ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସାହାଯ୍ୟ ଲୋଡିଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆଣିବାକୁ ଗୃହମନ୍ତ୍ରୀଙ୍କ ସହାୟତା ଲୋଡିଲେ ପଞ୍ଜାବ ସିଏମ - home minister amit saha
ଦେଶବ୍ୟାପି ଲକଡାଉନ ହେତୁ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ପଞ୍ଜାବର ଲକ୍ଷାଧିକ ଶ୍ରମିକ । ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଥିବା ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି 44 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ । ଅଧିକ ପଢନ୍ତୁ.....
![ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆଣିବାକୁ ଗୃହମନ୍ତ୍ରୀଙ୍କ ସହାୟତା ଲୋଡିଲେ ପଞ୍ଜାବ ସିଏମ home state](https://etvbharatimages.akamaized.net/etvbharat/prod-images/768-512-7065930-570-7065930-1588660532778.jpg)
ଆସନ୍ତା 10 ରୁ 15 ଦିନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିବାକୁ ଅନୁରୋଧ କରି ସିଂ ସୋମବାର ଶାହଙ୍କୁ ଏକ ଚିଠି ଲେଖିଛନ୍ତି । ଏକ ବିବୃତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦିଓ ଗତ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ସେମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଦେଇଛନ୍ତି। ସମସ୍ତ ପ୍ରୟାସ କରାଯାଇଛି, କିନ୍ତୁ ବର୍ତ୍ତମାନ ଏହି ଶ୍ରମିକମାନେ ସ୍ୱାଭାବିକ ଭାବରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । 'ବିଶେଷ ଆବଶ୍ୟକତା' ଦୃଷ୍ଟିରୁ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଅନୁରୋଧ କରିଛନ୍ତି ଯେ, ରେଳ ମନ୍ତ୍ରଣାଳୟକୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଉ । ପଞ୍ଜାବରେ ଫଶିଥିବା ଶ୍ରମିକମାନେ ସେମାନଙ୍କ ନିଜ ଘରକୁ ଯିବାକୁ ବ୍ୟସ୍ତ ହେଉଛନ୍ତି । ତେବେ ନିଜ ଘରକୁ ଫେରିବାକୁ ଚାହୁଁଥିବା 44 ହଜାର ପ୍ରବସୀ ଶ୍ରମିକ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଥିବା ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଛନ୍ତି ।