ଓଡିଶା

odisha

By

Published : Jun 29, 2020, 10:06 AM IST

ETV Bharat / bharat

ଚୀନ ସୀମାକୁ ସଂଯୋଗ କରୁଥିବା ବ୍ରିଜକୁ ୬ ଦିନରେ ନିର୍ମାଣ କଲେ ସେନା

ଉତ୍ତରାଖଣ୍ଡର ପିଥୌରଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି କରାଯାଇଛି । ୭୦ ଶ୍ରମିକ ୬ ଦିନରେ ପ୍ରସ୍ତୁତ କଲେ ୧୨୦ ଫୁଟର ଲମ୍ବା ବ୍ରିଜ ।

alternative bridge opened
୬ ଦିନରେ ବ୍ରିଜ ନିର୍ମାଣ କଲେ ସେନା

ପିଥୌରଗଡ: ଭଙ୍ଗା ବ୍ରିଜକୁ ମାତ୍ର 6 ଦିନରେ ନିର୍ମାଣ କଲେ ସେନା । ଉତ୍ତରାଖଣ୍ଡର ପିଥୌରଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି କରାଯାଇଛି । ୭୦ ଶ୍ରମିକ ୬ ଦିନରେ ପ୍ରସ୍ତୁତ କଲେ ୧୨୦ ଫୁଟର ଲମ୍ବା ବ୍ରିଜ । ମୁନସ୍ୟାରିରୁ ମିଲନ ଯାଉଥିବା ରୁଟ୍‌ ରେ ଧାପା ନିକଟରେ ସେନର ନଦୀ ଉପରେ ନିର୍ମିତ ବେଲି ବ୍ରିଜ୍ ଭାଙ୍ଗି ପଡିଥିଲା। ଏହି ସମୟରେ ସଡକ କାଟିବା ପାଇଁ ବଡ ଟ୍ରକରେ ପୋକଲାଣ୍ଡ ମେସିନ ନିଆଯାଉଥିଲା। ଏହି ଦୁର୍ଘଟଣାରେ 2 ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ମୁନସ୍ୟାରୀର ଧାପାରେ ନିର୍ମିତ ଏହି ବ୍ରିଜ୍‌ ସାମରିକ ରୂପେ ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ସୀମାବର୍ତ୍ତୀ ଗାଁ ମିଲନକୁ ଉତ୍ତରାଖଣ୍ଡ ସହ ସଂଯୋଗ କରିଥାଏ। ମିଲନରୁ ଚୀନ ସୀମା ପର୍ଯ୍ୟନ୍ତ ପ୍ରାୟ ୬୫ କିମି ଲମ୍ବା ରୋଡ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ସହିତ ପାହାଡକୁ କାଟିବା ଏବଂ ଭଗ୍ନାବଶେଷକୁ ହଟାଇବା ପାଇଁ ବଡ ବଡ ମେସିନ ଏବଂ ନିର୍ମାଣ ସାମଗ୍ରୀ ମିଲନ ଅଣାଯାଉଛି। ହେଲେ ବ୍ରିଜ୍ ଭାଙ୍ଗିବାରୁ ଚୀନ ସୀମାକୁ ସଂଯୋଗ କରୁଥିବା ସଡକର କାମ କିଛି ସମୟ ପ୍ରଭାବିତ ହୋଇଛି। ଯାହାକୁ ବିଆରଓ ମାତ୍ର ୬ ଦିନରେ ଏହି ବ୍ରିଜ କୁ ନିର୍ମାଣ କରି ପ୍ରସ୍ତୁତ କରିଛନ୍ତି ।

ସୀମା ସଡକ ସଂଗଠନ(ବିଆରଓ) କଡା ପରିଶ୍ରମ କରି ମାତ୍ର ୬ ଦିନରେ ନୂତନ ବ୍ରିଜ ନିର୍ମାଣ କରି ପ୍ରସ୍ତୁତ କରି ଦେଇଛନ୍ତି। ଏହାକୁ ନିର୍ମାଣ କରିବାରେ ବିଆରଓକୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ମାତ୍ର ବିଆରଓ ଦିନରାତି ଏକ କରି ମାତ୍ର ୬ ଦିନରେ ବିଜ୍ରକୁ ନିର୍ମାଣ କରି ପ୍ରସ୍ତୁତ କରିଛନ୍ତି।

ବେଲି ବ୍ରିଜ ପ୍ରସ୍ତୁତ ହେବାରୁ ସେନା ଏବଂ ଆଇଟିବିପିର ଯବାନଙ୍କୁ ଚୀନ ସୀମା ପର୍ଯ୍ୟନ୍ତ ପହଞ୍ଚିବାରେ ବହୁତ ସହାୟକ ହେବ। ସୈନ୍ୟ ସରଞ୍ଜାମ ମଧ୍ୟ ସହଜରେ ସୀମା ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ।

ABOUT THE AUTHOR

...view details