ହାଇଦ୍ରାବାଦ: କିଛି ବସ୍ତୁର ମହତ୍ତ୍ବ ଆମ ନିତିଦିନିଆ ଜୀବନରେ ଏତେ ଅଭ୍ୟାସରତ ହୋଇଯାଇଛି ଯେ, ତାହା ବ୍ୟବହାର ନହେଲେ ମଧ୍ୟ ଆମେ ବିଶ୍ବାସ ରଖିଥାଉ । ଉଦାହରଣ ବାଇକ୍ ହେଲମେଟ୍ । ଟ୍ରାଫିକରୁ ରକ୍ଷା ପାଇବା ପାଇଁ ଆମେ ହେଲମେଟ୍ ପିନ୍ଧିଥାଉ, ଏହି କଥା ହିଁ ଛୋଟ ବେଳୁ ଶିଖିଛୁ କିନ୍ତୁ ହେଲମେଟ୍ ଆମ ସୁରକ୍ଷା ପାଇଁ ବୋଲି କେହି କୁହନ୍ତିନି । ଅନ୍ୟପକ୍ଷେ ଜଣେ ଯଦି ଗାଡି ଚଲାଇବନି ତାହେଲେ ହେଲମେଟ୍ ମଧ୍ୟ କୌଣସି କାମକୁ ନୁହେଁ ।
ତେବେ ହେଲମେଟ ବ୍ୟବହାରକୁ ନେଇ ଜର୍ମାନୀର କିଛି ବୈଜ୍ଞାନିକ ଏକ ରିସର୍ଚ୍ଚ କରିଥିଲେ । 40ଜଣ ବ୍ୟକ୍ତିଙ୍କୁ ନେଇ କମ୍ପ୍ୟୁଟର କାର୍ଡ ଗେମ୍ ଖେଳାଗଲା । ସମସ୍ତଙ୍କୁ ଗାମଲିଙ୍ଗ୍ କରିବାକୁ ସୁଯୋଗ ଦିଆଗଲା । ଏପରିକି କିଛି ହେଲମେଟ୍ ପିନ୍ଧିକି ବସିଲେ କାରଣ ଆଖିର ହାବଭାବ ଦେଖି କେତେକ କାର୍ଡର ଅନୁମାନ ଲଗାଇପାରୁଥିଲେ । EEG ପ୍ରକ୍ରିୟା ଦ୍ବାରା ବୈଜ୍ଞାନିକ ସେମାନଙ୍କ ମସ୍ତିସ୍କ ମଧ୍ୟରେ କଣ ଚାଲିଛି, ତାକୁ ନେଇ ପରୀକ୍ଷା କରାଗଲା । ଏହାକୁ ‘Frontal Midline Theta Power’ କୁହାଯାଏ ।