ଓଡିଶା

odisha

ETV Bharat / bharat

ସିଟ ବଣ୍ଟାକୁ ନେଇ ଭାଙ୍ଗିବ ମେଣ୍ଟ, ଧମକ ଦେଲା ଶିବସେନା - BJP

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନାକୁ ଅଧା ଆସନ ନ ମିଳିଲେ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 19, 2019, 5:32 PM IST

Updated : Sep 19, 2019, 6:53 PM IST

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନାକୁ ଅଧା ଆସନ ନ ମିଳିଲେ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ।

ଅମିତ ଶାହ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ହୋଇଥିବା 50-50 ନିଷ୍ପତ୍ତିକୁ ବିଜେପି ସମ୍ମାନ ଦେବା ଆବଶ୍ୟକ । ‘ମୁଁ ମେଣ୍ଟ ଭଙ୍ଗା କଥା କହୁନି ବରଂ ଯାହା ଦିବାକର ରାଉଟେ କହିଛନ୍ତି ତାହା ଭୁଲ ନୁହେଁ । ଯଦି ବିଜେପି ସମାନ ସଂଖ୍ୟକ ଆସନ ପ୍ରଦାନ ନକରେ ତେବେ ନିର୍ବାଚନ ପୂର୍ବରୁ ହୋଇଥିବା ମେଣ୍ଟ ଭାଙ୍ଗିବ’ ବୋଲି ବରିଷ୍ଠ ଶିବସେନା ନେତା ତଥା ମନ୍ତ୍ରୀ ଦିବାକର ରାଉଟେ କହିଥିଲେ ।

ଗତ 2014 ବିଧାନସଭା ନିର୍ବାଚନରେ ଆସନ ବଣ୍ଟନ ବିଫଳ ହେବାପରେ ଉଭୟ ଶିବସେନା ଓ ବିଜେପି ଏକାକୀ ଲଢିଥିଲେ । ନିର୍ବାଚନ ପରେ କେହିବି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥିଲେ । ତେଣୁ ମେଣ୍ଟ ସରକାର ଗଠିତ ହୋଇଥିଲା ।

Last Updated : Sep 19, 2019, 6:53 PM IST

ABOUT THE AUTHOR

...view details