ଓଡିଶା

odisha

ETV Bharat / bharat

ଆସିଲାନି ଆମ୍ବୁଲାନ୍ସ, ସ୍କୁଟିରେ ମେଡିକାଲ ଯିବା ବେଳେ ରୋଗୀଙ୍କ ମୃତ୍ୟୁ - ଆସିଲାନି ଆମ୍ବୁଲାନ୍ସ

ରୋଗୀ ନେବାକୁ ଆସିଲାନି ଆମ୍ବୁଲାନ୍ସ। ସ୍କୁଟିରେ ଯିବା ବେଳେ ବାଟରେ ଉଡିଗଲା ପ୍ରାଣବାୟୁ। ଏଭଳି ଅଭାବନୀୟ ଘଟଣା ମଧ୍ୟ୍ୟପ୍ରଦେଶର ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

madhya-pradeshs-indore-rushed
ଆସିଲାନି ଆମ୍ବୁଲାନ୍ସ, ସ୍କୁଟିରେ ମେଡିକାଲ ଯିବା ବେଳେ ରୋଗୀଙ୍କ ମୃତ୍ୟୁ

By

Published : Apr 15, 2020, 3:15 PM IST

ଭୋପାଳ: ଲକଡାଉନରେ ଆସିଲାନି ଆମ୍ବୁଲାନ୍ସ । ଯାହା ଫଳରେ ସ୍କୁଟିରେ ମେଡିକାଲ ଗଲେ ରୋଗୀ। ଏହାସହ ମେଡିକାଲରେ ପହଞ୍ଚିବା ପୂର୍ବରୁ ରୋଗୀ ଜଣଙ୍କ ବାଟରେ ପ୍ରାଣ ହରାଇଛନ୍ତି।

ଏଭଳି ଅଭାବନୀୟ ଘଟଣା ମଧ୍ୟ୍ୟପ୍ରଦେଶର ଦେଖିବାକୁ ମିଳିଛି। ଏହାସହ ମୃତକ ଜଣକ ଇନ୍ଦୋର ବାଦୱାଲି ଚୌକର ଜଣେ 60 ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି। ତେବେ ଏହି ଘଟଣାରେ ରାଜନୀତିକ ମାହୋଲ ସରଗରମ ହେବା ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

ସୂଚନା ଥାଉକି, ଦେଶରେ ମୋଦି ସରକାର ଦ୍ବିତୀୟ ଥର ପାଇଁ ଲକଡାଉନ ବୃଦ୍ଧି କରିଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ପ୍ରଥମେ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା। ହେଲେ ସଠିକ୍ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ପରିବାର ପକ୍ଷରୁ ରୋଗୀ ଜଣଙ୍କୁ ସ୍କୁଟିରେ ମେଡିକାଲ ନିଆଯାଇଥିଲା।

ମୃତକଙ୍କ ଭାଇଙ୍କ କହିବା ଅନୁସାରେ, ବ୍ୟକ୍ତି ଜଣକ ସୋମବାର ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମେଡିସିନ ଦେଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଗୁରୁତର ହେବା ସହ ସ୍କୁଟିରେ ପୁଣି ମେଡିକାଲ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

ABOUT THE AUTHOR

...view details