ଓଡିଶା

odisha

ETV Bharat / bharat

ହିନ୍ଦୀ ଭାଷା ଲଦି ଦେବା ଆରୋପ ସମ୍ପୂର୍ଣ୍ଣ ଭୁଲ: ସୀତାରମଣ

ସମସ୍ତ ରାଜ୍ୟରେ ହିନ୍ଦୀ ଭାଷା ବାଧ୍ୟତାମୂଳକ ନୁହେଁ ଓ ସରକାର କାହାକୁ ବାଧ୍ୟ କରିନାହାନ୍ତି ବୋଲି ଚେନ୍ନାଇରେ ଆନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

By

Published : Jul 20, 2019, 9:10 PM IST

ଫଟୋ ସୌଜନ୍ୟ: ଏଏନଆଇ

ଚେନ୍ନାଇ: ସମସ୍ତ ରାଜ୍ୟରେ ହିନ୍ଦୀ ଭାଷା ବାଧ୍ୟତାମୂଳକ ନୁହେଁ । ସରକାର କାହାକୁ ବାଧ୍ୟ କରିନାହାନ୍ତି । ଏହା ଲୋକଙ୍କ ଭ୍ରମ । ଏହି ଭାଷା କେବଳ ପ୍ରଶାସନିକ ସ୍ତରରେ ରହିଛି । ଚେନ୍ନାଇରେ ଆନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି ।

ଚେନ୍ନାଇରେ ଶ୍ରେଷ୍ଠ ଭାରତ ସ୍କିମ୍‌ରେ ତାମିଲ ଭାଷାର ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟରେ ହିନ୍ଦୀ ଭାଷାକୁ ନେଇ ଯାହା କିଛି ବି ବିବାଦ ଦେଖା ଦେଇଛି ତାହା ସମ୍ପୂର୍ଣ୍ଣ ପ୍ରଶାସନିକ ସ୍ତରରେ ହୋଇଛି ଓ ଏହି ଭାଷାକୁ ଥାପିବା କେନ୍ଦ୍ର ସରକାରଙ୍କ ଲକ୍ଷ ନୁହେଁ ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି।

ତାମିଲନାଡୁରେ ସବୁ ବେଳେ ହିନ୍ଦୀ ବିରୋଧର ସ୍ୱର ଉଠିଛି । ସୋମବାର ଡାକ ପରୀକ୍ଷା କେବଳ ହିନ୍ଦୀ ଓ ଇଂରାଜୀରେ କରାଯିବାକୁ ନେଇ ବିବାଦ ଦେଖା ଦେଇଥିଲା । ଏନେଇ ବିଧାନସଭାର ପ୍ରଶ୍ନକାଳ ଶେଷ ପରେ ରାଜ୍ୟର ଅଧିକାର ରକ୍ଷା ପାଇଁ ଡିଏମକେ ବିଧାୟକ ଥେନ୍ନାରାସୁନ ଏକ ବିଶେଷ ଆଲୋଚନା ଦାବି କରିଥିଲେ।

ABOUT THE AUTHOR

...view details