ଓଡିଶା

odisha

By

Published : Oct 13, 2020, 8:01 PM IST

ETV Bharat / bharat

ମିଥ୍ୟା ଜନ୍ମ ପ୍ରମାଣପତ୍ର ମାମଲା, ଆଜମ ଖାନଙ୍କ ସହ ପତ୍ନୀ ଓ ପୁଅକୁ ସର୍ତ୍ତମୂଳକ ଜାମିନ

ମିଥ୍ୟା ଜନ୍ମ ପ୍ରମାଣ ପତ୍ର ମାମଲାରେ ଆଜମ ଖାନ ଓ ତାଙ୍କ ବିଧାୟିକା ପତ୍ନୀ ତାଞ୍ଜିନ ଫତିମାଙ୍କ ସମେତ ପୁଅ ଅବଦୁଲ୍ଲା ଆଜମକୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଆହ୍ଲାବାଦ ଉଚ୍ଚ ନ୍ୟାୟାଲୟ । ପଢନ୍ତୁ ଅଧିକ ........

ଆଜମ ଖାନଙ୍କ ସହ ପତ୍ନୀ ଓ ପୁତ୍ରଙ୍କୁ ସର୍ତ୍ତ ମୁଲକ ଜାମିନ
ଆଜମ ଖାନଙ୍କ ସହ ପତ୍ନୀ ଓ ପୁତ୍ରଙ୍କୁ ସର୍ତ୍ତ ମୁଲକ ଜାମିନ

ଲକ୍ଷ୍ନୌ: ମିଥ୍ୟା ଜନ୍ମ ପ୍ରମାଣ ପତ୍ର ମାମଲାରେ ଛନ୍ଦି ହୋଇଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କୁ ଆଉ ଏକ ଆଶ୍ବସ୍ତି । ଏହି ମାମଲାରେ ଆଜମ ଓ ତାଙ୍କ ବିଧାୟିକା ପତ୍ନୀ ତାଞ୍ଜିନ ଫତିମାଙ୍କ ସମେତ ପୁଅ ଅବଦୁଲ୍ଲା ଆଜମକୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ।

ପ୍ରମାଣ ନଷ୍ଟ ନକରିବା , ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ ତଦନ୍ତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ସହଯୋଗ କରିବା ପରି ସର୍ତ୍ତ ରଖି ଏହି ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଏକ ମିଥ୍ୟା ପ୍ରମାଣପତ୍ର ମାମଲାରେ ଆଜମ ଖାନଙ୍କ ସହ ତାଙ୍କ ବିଧାୟିକା ପତ୍ନୀ ଓ ପୁତ୍ର ମଧ୍ୟ ଗିରଫ ହୋଇଥିଲେ । ଏନେକ ବିବାଦୀୟ ମାମଲାରେ ଛନ୍ଦି ହୋଇଥିବା ଆଜମ ଏହି ମାମଲାରେ ଜାମିନ ପାଇଥିବା ସତ୍ତ୍ବେ ଆହୁରି 80 ରୁ ଉର୍ଦ୍ଧ ମାମଲାରେ ପକ୍ଷଭୁକ୍ତ ଥିବା ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details