ଓଡିଶା

odisha

ETV Bharat / bharat

‘ସ୍ୱର୍ଗଦପି ଗରିୟସୀ ଜନନୀ ମା ଧରିତ୍ରୀ’

ଚଳିତ ବର୍ଷ ବିଶ୍ବ ଧରିତ୍ରୀ ଦିବସର ଥିମ ରହିଛି protect our species ଅର୍ଥାତ ଜୀବ ଜନ୍ତୁଙ୍କ ସହ ଗଛ ଲତାଙ୍କ ସୁରକ୍ଷା ।

By

Published : Apr 22, 2019, 11:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

ହାଇଦ୍ରାବାଦ: ଆଜି ସାରା ବିଶ୍ବରେ ପାଳିତ ହେଉଛି ବିଶ୍ବ ଧରିତ୍ରୀ ଦିବସ ବା world earthday । 1970 ମସିହାରେ ପ୍ରଥମ କରି ଧରିତ୍ରୀ ଦିବସ ପାଳନ କରାଯାଇଥିଲା । ପୃଥିବୀ ପୃଷ୍ଟରେ ବାସ କରୁଥିବା ସମସ୍ତ ଜୀବ ଜନ୍ତୁ, ଗଛ ଲତାଙ୍କ ସୁରକ୍ଷା ଓ ସାରା ବିଶ୍ବରେ ପରିବେଶ ପ୍ରତି ସଚେତନତା ଶୃଷ୍ଟି କରିବା ଉଦ୍ଧେଶ୍ୟରେ ପ୍ରତି ବର୍ଷ 22 ଏପ୍ରିଲକୁ ବିଶ୍ବ ଧରିତ୍ରୀ ଦିବସ ଭାବେ ପାଳନ କରାଯାଏ । ଧରିତ୍ରୀ ଦିବସ ବା Earthday ଅବସରରେ ପରିବେଶ ସଂରକ୍ଷଣକୁ ନେଇ ଲୋକଙ୍କୁ ସଚେତନ କରାଯିବା ସହ ଲୋକ ପରିବେଶକୁ ଆହୁରି ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଲୋକେ ସଂକଳ୍ପ ନେଇଥାନ୍ତି । କିନ୍ତୁ ଆପଣ ଯାଣନ୍ତି କି ‘ଧରିତ୍ରୀ ଦିବସ’ ବା ‘ଆର୍ଥ ଡେ’ କେବେ ଓ କେଉଁଠାରୁ ଆସିଲା । ଏହି ଶବ୍ଦକୁ ଆଣିଥିଲେ ଜୁଲିୟନ କୋନିଗ । 1969 ମସିହାରେ ସେ ସର୍ବପ୍ରଥମେ ଏହି ଶବ୍ଦକୁ ଲୋକଙ୍କ ସହ ଅବଗତ କରାଇଥିଲେ।

ଧରିତ୍ରୀ ଦିବସର ଇତିହାସ
ପୃଥିବା ଦିବସ ଏକ ବାର୍ଷିକ ଆୟୋଜନ ଅଟେ, ଯାହାକୁ ଏପ୍ରିଲ 22 ତାରିଖରେ ସାରା ବିଶ୍ବରେ ପରିବେଶର ସୁରକ୍ଷା ପାଇଁ ପାଳନ କରାଯାଏ । 1970 ମସିହାରେ ଆମେରିକାର ସିନେଟର ଜେରାଲ୍ଡ ନେଲ୍ସନ ପରିବେଶ ଶିକ୍ଷା ପାଇଁ ଏହାର ସ୍ଥାପନା କରିଥିଲେ । 1969 ମସିହାରେ କାଲିଫର୍ଣ୍ଣିଆର ସାଣ୍ଟା ବାର୍ବରା ତୈଳ କ୍ଷରଣ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ଯାହାକୁ ନେଇ ନେଲ୍ସନ ଗଭୀର ଭାବେ ମର୍ମାହତ ହୋଇଥିଲେ ।

ଜାନୁଆରୀ 22 1969ରେ ସମୁଦ୍ରରେ 3 ମିଲିୟନ ଗ୍ୟାଲେନ ତୈଳ ମିଶିଯାଇଥିଲା । ଯାହାଫଳରେ 10,000 ସାମୁଦ୍ରିକ ପକ୍ଷୀ, ଡଲଫିନ, ସିଲ ଓ ସି ଲାୟନ୍ସଙ୍କ ମୃତ୍ୟୁ ହୋଇଥିଲା । ଏହାପରେଲ ନେଲ୍ସନଙ୍କ ଆହ୍ବାନ କ୍ରମେ 22 ଏପ୍ରିଲ 1970ରେ ପ୍ରାୟ 2 କୋଟି ଲୋକ ପ୍ରଥମ ଧରିତ୍ରୀ ଦିବସ ପାଳନ କରିବା ନିମନ୍ତେ ଏକତ୍ରିତ ହୋଇଥିଲେ । ବର୍ତ୍ତମାନ ଏହାକୁ 192ରୁ ଅଧିକ ଦେଶରେ ପାଳନ କରାଯାଉଛି ।

ବିଶ୍ବ ଧରିତ୍ରୀ ଦିବସ 2019ର ଥିମ ବା ବିଷୟବସ୍ତୁ
ଚଳିତ ବର୍ଷ ବିଶ୍ବ ଧରିତ୍ରୀ ଦିବସର ଥିମ ରହିଛି protect our species ଅର୍ଥାତ ଜୀବ ଜନ୍ତୁଙ୍କ ସହ ଗଛ ଲତାଙ୍କ ସୁରକ୍ଷା ।

ପୃଥିବୀର ସୁରକ୍ଷା ବର୍ତ୍ତମାନ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ତେଣୁ କେବଳ ଏହି ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନ ଆମକୁ ପୃଥିବୀର ସୁରକ୍ଷା ନିମନ୍ତେ ଚିନ୍ତା କରିବାକୁ ହେବ । ପୃଥିବୀର ସୁରକ୍ଷା ନେଇ ବିଖ୍ୟାତ ଲେଖକ ପାଉଲୋ କୋଏଲୋ କହିଛନ୍ତି ଯେ ‘‘How can we be so arrogant? The planet is, was and always be stronger than us. We can't destroy it; if we overstep the mark, the planet will simply erase us from its surface and carry on existing. why don't they start talking about not letting the planet destroy us?’’ ଅର୍ଥାତ ‘‘ଆମେ କିଭଳି ଏତେ ସ୍ୱାର୍ଥୀ ହୋଇୁପାରିବା ? ଏହି ପୃଥିବୀ ଆମ ଠାରୁ ଶକ୍ତିଶାଳୀ ଥିଲା, ଇଛି ଓ ସବୁବେଳେ ରହିବ । ଆମେ ଏହାକୁ ଧ୍ୱଂସ କରିପାରିବେ ନାହିଁ, କିନ୍ତୁ ଯଦି ଆମେ ଆମ ସୀମା ଅତିକ୍ରମ କରୁ ତେବେ ଏହି ଗ୍ରହ ଆମେକୁ ତା ପରିସୀମା ମଧ୍ୟରୁ ନିଶ୍ଚିହ୍ନ କରି ନିଜର ଅସ୍ଥିତ୍ୱ ବଜାୟ ରଖିବ । ତେଣୁ ପୃଥିବୀକୁ ସୁରକ୍ଷା ଦେବା କଥା ଚିନ୍ତା କରିବା ଅପେକ୍ଷା, ପୃଥିବୀ ଆମକୁ ଯେପରି ନିଶ୍ଚିହ୍ନ ନକରୁ ସେକଥା ଚିନ୍ତା କରିବା ଦରକାର ।’’

For All Latest Updates

ABOUT THE AUTHOR

...view details