ଚଣ୍ଡିଗଡ଼ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର ବଡ ଘୋଷଣା କରିଛନ୍ତି । ଦେଶବ୍ୟାପୀ କୋରୋନା କାରଣରୁ ଲକଡାଉନ କାରଣରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି । ଫଳରେ ବାର୍ଷିକ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଏହାକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ପାଇଁ ବିଜ୍ଞାନ ବିଷୟ ପାଇଁ ପରୀକ୍ଷା କରାଯାଇ ନାହିଁ, କାରଣ ସେତେବେଳକୁ ଲକଡାଉନ୍ ଘୋଷଣା କରାଯାଇଥଲା । ଅନ୍ୟାନ୍ୟ ବିଷୟ ଆଧାରରେ ଛାତ୍ରଛାତ୍ରୀଙ୍କ ଫଳାଫଳ ଘୋଷଣା କରାଯିବ ବୋଲି ସେ ଏକ ଏକ ସରକାରୀ ବିବୃତ୍ତିରେ କହିଛନ୍ତି ।