ଓଡିଶା

odisha

By

Published : Nov 1, 2019, 3:27 PM IST

ETV Bharat / bharat

ଆସନ୍ତା 5 ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ଛୁଟି ଘୋଷଣା

ମାତ୍ରାଧିକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସ୍କୁଲକୁ 5 ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘୋଷଣା।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସମସ୍ତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ 5 ନଭେମ୍ବର ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍କୁଲକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାତ୍ରାଧିକ ବାୟୁ ପ୍ରଦୂଷଣ ପାଇଁ ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ 2ଟି ଲେଖାଏଁ ମାସ୍କ ବାଣ୍ଟିଥିଲେ ।

ରାଜଧାନୀ ଦିଲ୍ଲୀର ବାୟୁପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି । ଅନେକ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ତଥା ଏୟାର ଇଣ୍ଡେକ୍ସ କ୍ବାଲିଟି 600 ଅଙ୍କ ପାର ହୋଇସାରିଛି । ଦିନ ବଢିବା ସହ ଏହି ପ୍ରଦୂଷଣର ମାତ୍ରା ଆହୁରି ବଢିବାରେ ଲାଗିଛି।

ABOUT THE AUTHOR

...view details