ଓଡିଶା

odisha

ETV Bharat / bharat

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେବ କ୍ବାରେଣ୍ଟାଇନ କେନ୍ଦ୍ର, କେବଳ ଶ୍ରମିକଙ୍କୁ ଅନୁମତି - all quarantine centers of bihar will close from 15 june

ବିହାରରେ ଆସନ୍ତାକାଲି(ସୋମବାର) ଠାରୁ ବନ୍ଦ ହେବ କ୍ବାରେଣ୍ଟାଇନ କେନ୍ଦ୍ର । ପ୍ରବାସୀ ଶ୍ରମିକଙ୍କ ବ୍ୟତୀତ ଅନ୍ୟ ଟ୍ରେନରୁ ଆସୁଥିବା ଲୋକଙ୍କୁ କେନ୍ଦ୍ରରେ ରଖାଯିବ ନାହିଁ । ଅଧିକ ପଢନ୍ତୁ...

ଏହି ରାଜ୍ୟରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହେବ କ୍ବାରେଣ୍ଟାଇନ କେନ୍ଦ୍ର, କେବଳ ଶ୍ରମିକଙ୍କୁ ଅନୁମତି
ଏହି ରାଜ୍ୟରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହେବ କ୍ବାରେଣ୍ଟାଇନ କେନ୍ଦ୍ର, କେବଳ ଶ୍ରମିକଙ୍କୁ ଅନୁମତି

By

Published : Jun 14, 2020, 12:12 PM IST

ପାଟନା: କୋରୋନା ମହାମାରୀ ରୋକିବା ପାଇଁ ବିହାରକୁ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ରଖିବା ପାଇଁ ତିଆରି ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ର ଜୁନ 15ରେ ବନ୍ଦ ହେବାକୁ ଯାଉଛି । ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ମେ 31ରେ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଜୁନ 15ରୁ ବିହାରର 534 ବ୍ଲକରେ ଥିବା 15 ହଜାରରୁ ଅଧିକ କ୍ବାରେଣ୍ଟାଇନ କେନ୍ଦ୍ର ବନ୍ଦ ହୋଇଯିବ । ବିହାର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ବ୍ୟତୀତ ଅନ୍ୟ ଟ୍ରେନରୁ ଆସୁଥିବା ଲୋକଙ୍କୁ କେନ୍ଦ୍ରରେ ରଖାଯିବ ନାହିଁ ।

ସୂଚନାନୁସାରେ, ବାହାରୁ ଆସୁଥିବା ଲୋକଙ୍କ ପାଇଁ ନିର୍ମିତ ଏହି ଶିବିରରେ 1.5 ମିଲିୟନରୁ ଅଧିକ ଲୋକଙ୍କୁ ରଖାଯାଇଥିଲା। କୋରୋନା ଭାଇରସ ରୋକିବା ପାଇଁ ବିହାର ସରକାରଙ୍କ ଦ୍ବାରା ନିର୍ମିତ ଏହି କ୍ବାରେଣ୍ଟାଇନ କେନ୍ଦ୍ର ଗୁଡିକରେ ଲୋକଙ୍କ ରହିବାର ଅବଧି 14 ଦିନ ପାଇଁ ସ୍ଥିର କରାଯାଇଥିଲା। ଏଠାରେ ରହୁଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସାମଗ୍ରୀ ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଇଥିଲା।

ରାଜ୍ୟର ଗ୍ରାମାଞ୍ଚଳରେ ଏହି ବିପଜ୍ଜନକ ଭୂତାଣୁ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ବ୍ଲକରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲାଯାଇଥିଲା। ଏଥିପାଇଁ ବିହାରରେ ଅଧିକାଂଶ ସରକାରୀ ବିଦ୍ୟାଳୟ ଚିହ୍ନଟ କରାଯାଇଥିଲା ।

ଏଠାରେ ବାହାରୁ ସ୍ୱତନ୍ତ୍ର ଭାବେ ଟ୍ରେନ କିମ୍ବା ବସ ଯୋଗେ ବିହାରକୁ ଆସୁଥିବା ଲୋକଙ୍କୁ ରଖାଯାଇଥିଲା। ବିହାର ସରକାରଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ବାହାରୁ ଆସୁଥିବା ଲୋକଙ୍କୁ ପ୍ରଭାବିତ କରିବ ନାହିଁ, କାରଣ ସରକାରଙ୍କ ଏହି ଆଦେଶ ପରେ ବିହାରରେ କେବଳ 2 ରୁ 4ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଆସିଛି । ତଥ୍ୟ ଅନୁଯାୟୀ ଶନିବାର ପର୍ଯ୍ୟନ୍ତ ପ୍ରାୟ 20 ହଜାର ଲୋକ ରାଜ୍ୟର ଏକ ହଜାର ଶିବିରରେ ରହିଛନ୍ତି । ସେମାନଙ୍କୁ ଜୁନ 15 ପରେ ହୋମ କ୍ବାରେଣ୍ଟାଇନକୁ ପଠାଯିବ।

ନୂତନ ନିୟମ ଅନୁଯାୟୀ, ବିହାର ସରକାର କ୍ୱାରେଣ୍ଟାଇନ କେନ୍ଦ୍ର ବନ୍ଦ କରୁଥିବା ସତ୍ତ୍ବେ ବାହାରୁ ଆସୁଥିବା ଲୋକଙ୍କୁ ଯାଞ୍ଚ କରାଯିବ। ଏହା ସହିତ ସର୍ଭେ ମଧ୍ୟ କରାଯିବ । ଯେଉଁମାନେ ବିହାରକୁ ବାହାରୁ ଆସିବେ, ସେମାନଙ୍କ ପାଇଁ ହୋମ କ୍ବାରେଣ୍ଟାଇନ ବ୍ୟବସ୍ଥା କରାଯାଉଛି । ଯାହା ଦ୍ବାରା କୋରୋନା ଠାରୁ ହେବାକୁ ଥିବା ବିପଦ ତୁରନ୍ତ ଦୂର ହୋଇପାରିବ।

ABOUT THE AUTHOR

...view details