ଓଡିଶା

odisha

ETV Bharat / bharat

ଅଯୋଧ୍ୟା ଭୂମିପୂଜା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି - pm modi

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ 5ରେ ହେବାକୁ ଥିବା ଭୂମି ପୂଜା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ପ୍ରଶାସନ ସମସ୍ତ ପ୍ରୋଟୋକଲ ଅନୁସରଣ କରୁଛି।

ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡା
ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡା

By

Published : Aug 1, 2020, 12:27 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ 5ରେ ହେବାକୁ ଥିବା ଭୁମି ପୂଜା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ପ୍ରଶାସନ ସମସ୍ତ ପ୍ରୋଟୋକଲ ଅନୁସରଣ କରୁଛି। ପ୍ରଥମ ପ୍ରୋଟୋକଲ୍ କୋରୋନା ସଂକ୍ରମଣ ବିଷୟରେ, ଯାହା ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି ।

ଡିଆଇଜି ଦୀପକ କୁମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସମସ୍ତ ଏଜେନ୍ସି ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଠାରେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । କୋଭିଡ ପ୍ରୋଟୋକଲ ଅନୁଯାୟୀ 5 ଅଗଷ୍ଟରେ ଅଯୋଧ୍ୟାରେ 5ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ।

ଦୀପକ କୁମାର କହିଛନ୍ତି ଯେ ସମସ୍ତ ଭିଭିଆଇପି କିମ୍ବା ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଆମେ ନିରାପତ୍ତାକୁ ସମ୍ପୂର୍ଣ୍ଣ ରୂପେ ଧ୍ୟାନରେ ରଖିଛୁ । ଅଯୋଧ୍ୟାର ସମସ୍ତ ଲୋକ କିମ୍ବା ଅତିଥି ହୁଅନ୍ତୁ କିମ୍ବା ଭିଭିଆଇପି ହେଉ, ସମସ୍ତଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ।

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଅଗଷ୍ଟ 5ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଡ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । କୋଭିଡ-19 ସମ୍ବନ୍ଧୀୟ ନିୟମ ଅନୁସରଣ କରି ରାଜ୍ୟ ସରକାର ଏହି ବଡ ଘଟଣାକୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଭୁମି ପୂଜା ସମୟରେ କୋଭିଡ-19 ଓ ସୁରକ୍ଷା କାରଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିବେଦନ କରିଛନ୍ତି।

ABOUT THE AUTHOR

...view details