ଭୋପାଳ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଗାଦି ଛାଡି ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସ୍ଥିତି ଶୋଚନୀୟ । କମଳନାଥ ସରକାର ରହିବେ କି ନାହିଁ ତାକୁ ନେଇ ସସପେନ୍ସ ଲାଗି ରହିଛି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି ।
କୋରୋନା ଭୟ: ମାର୍ଚ୍ଚ 26 ଯାଏଁ ମଧ୍ୟପ୍ରଦେଶ ବିଧାନସଭା ସ୍ଥଗିତ - Former Chief Minister Shivraj Singh Chouhan
ଗୃହରେ ହଙ୍ଗାମା ଯୋଗୁଁ 26 ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ବିଧାନସଭା ସ୍ଥଗିତ। ସୋମବାର ବହୁମତ ପରୀକ୍ଷା କରିବାକୁ କହିଥିଲେ ରାଜ୍ୟପାଳ । ଅଧିକ ଖବର ପଢନ୍ତୁ...
ମଧ୍ୟପ୍ରଦେଶ ବିଧାନସଭାରେ ପହଞ୍ଚିଲେ ବିଜେପି ଓ କଂଗ୍ରେସ ବିଧାୟକ
ତେବେ ଆଜି ଭାରତୀୟ ଜନତା ପାର୍ଟି, କଂଗ୍ରେସର ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟପ୍ରଦେଶ ବିଧାନସଭାରେ ପହଞ୍ଚିଥିଲେ। ଗୃହରେ ହଙ୍ଗାମା ଓ କୋରୋନା ଭୟରେ 26 ମାର୍ଚ୍ଚ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ଗୃହ ଆରମ୍ଭର କିଛି ସମୟ ଭିତରେ କକ୍ଷ ତ୍ୟାଗ କରିଥିଲେ ରାଜ୍ୟପାଳ ଲାଲଜୀ ଟଣ୍ଡନ।
ସୂଚନା ଅନୁସାରେ, ଗୃହ ମୁଲତବୀ ପରେ ଏବେ ଘୁଞ୍ଚିଛି ଫ୍ଲୋର ଟେଷ୍ଟ। ବିଧାନସଭାରେ ମାସ୍କ ପିନ୍ଧି ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସମେତ ଅନ୍ୟାନ୍ୟ ବିଧାୟକ।
Last Updated : Mar 16, 2020, 12:54 PM IST