ଚେନ୍ନାଇ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ସକାଳେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ଡିଏମକେ ସଭାପତି ଏମ.କେ ଷ୍ଟାଲିନ । ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଷ୍ଟାଲିନ କହିଛନ୍ତି ଯେ ଏପ୍ରିଲ 15ରେ ଦଳ ଏହାର ମୁଖ୍ୟ କ୍ବାର୍ଟରରେ ଏକ ଦଳୀୟ ବୈଠକ ଡାକିଥିଲା କିନ୍ତୁ ସହରର ପୋଲିସ ଏଥିପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ତାମିଲନା଼ଡୁର ସର୍ବ ଦଳୀୟ ବୈଠକ: ଡିଏମକେ - TN via video conferencing on Thursday: DMK
ଭିଟିଓ କନଫରେନ୍ସିଂ ମାଧ୍ୟମରେ ହେବ ତାମିଲଡୁର ସର୍ବଦଳୀୟ ବୈଠକ । ଏନେଇ ଏକ ବିବୃତି ଦେଇଛନ୍ତି ଡିଏମକେ ସଭାପତି ଏମ.କେ ଷ୍ଟାଲିନ । ଅଧିକ ପଢନ୍ତୁ ...

ଭିଟିଓ କନଫରେନ୍ସିଂ ମାଧ୍ୟମରେ ହେବ ତାମିଲାଡୁର ସର୍ବଦଳୀୟ ବୈଠକ
ବିଭିନ୍ନ ନିୟମାବଳୀକୁ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଥିବା ସତ୍ତ୍ବେ ପୋଲିସ ଅନୁମତି ମନା କରିଦେଇଛି ବୋଲି ଷ୍ଟାଲିନ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିବୃତ୍ତିରେ କହିଛନ୍ତି । ସେହିଭଳି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ବାମୀ ମନ୍ତ୍ରୀ, ଅଧିକାରୀ, ଡାକ୍ତରୀ ବିଶେଷଜ୍ଞ ଏବଂ ଏପରିକି ରାଜ୍ୟ ସଚିବାଳୟରେ ଧାର୍ମିକ ନେତାଙ୍କ ସହ ଆଲୋଚନା କରିଛନ୍ତି । ସେହି ପରିପ୍ରେକ୍ଷୀରେ କୋଭିଡ -19 ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଡିଏମକେ ଦ୍ବାରା ଏକ ସର୍ବ ଦଳୀୟ ବୈଠକ ଡକାଯାଇଥିଲା।
@IANS