ଓଡିଶା

odisha

ETV Bharat / bharat

ମେ' 3 ଯାଏଁ ସମସ୍ତ ବିମାନ ଉଡାଣ ବାତିଲ - କୋରୋନା ଭାଇରସ

ଲକଡାଉନ ଅବଧି ବଢିଥିବାରୁ ପ୍ରତିଷେଧକ ମୂଳକ ପଦକ୍ଷେପ ଭାବେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବାତିଲ କରାଯାଇଛି।

flight cancelled till may 3
ମେ' 3 ଯାଏଁ ସମସ୍ତ ବିମାନ ଉଡାଣ ବାତିଲ

By

Published : Apr 14, 2020, 1:42 PM IST

ନୂଆଦିଲ୍ଲୀ: ଆସନ୍ତା ମେ' 3 ପର୍ଯ୍ୟନ୍ତ ଉଡିବନି କୌଣସି ଘରୋଇ ଓ ଅନ୍ତର୍ଜାତୀୟ ବିମାନ। କୋରୋନା ମୁକାବିଲା ନେଇ ଦେଶବାସୀଙ୍କୁ ଆଜି ମୋଦି ଚତୁର୍ଥ ଥର ପାଇଁ ସମ୍ବୋଧନ କରି ଲକଡାଉନ ଅବଧିକୁ ଆସନ୍ତା ମେ' 3 ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି। ଏହା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ମେ' 3 ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି।

ସୂଚନା ଅନୁସାରେ, ଭାରତ କୋରୋନା ମୁକାବିଲା କରୁଥିବା ସମୟରେ ପ୍ରଥମେ ଏପ୍ରିଲ 14 ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା। ଏହାପରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା କି ଘରୋଇ ବିମାନ ଚଳାଚଳକୁ ଅନୁମତି ମିଳିପାରେ କିନ୍ତୁ ଆଜି ଏହି କଳ୍ପନାଜଳ୍ପନାରେ ପୁନଃଚ୍ଛେଦ ପଡିଛି।

ଦ୍ବିତୀୟ ଥର ପାଇଁ ଲକଡାଉନ ଅବଧି ବଢିଥିବାରୁ ପ୍ରତିଶେଧ ମୂଳକ ପଦକ୍ଷେପ ଭାବେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବାତିଲ କରାଯାଇଛି।

ABOUT THE AUTHOR

...view details